ଭଙ୍ଗାଯିବ ରାଜ୍ୟର ବହୁ ଲୋକଙ୍କ ପାଇଁ ଗୁରୁତ୍ବ ବହନ କରୁଥିବା ଦିଲ୍ଲୀ ଓଡିଶା ଭବନ, ଜାଣନ୍ତୁ କାରଣ

Odisha Hot News
1 Min Read

ଭୁବନେଶ୍ବର: ଖୁବ ଶିଘ୍ର ଭଙ୍ଗା ଯିବା ବହୁ ଲୋକଙ୍କ ଗୁରୁତ୍ବ ବହନ କରୁଥିବା ଦିଲ୍ଲୀସ୍ଥିତ ଓଡିଶା ଭବନ। ଏ ନେଇ ରାଜ୍ୟ ସରକାର ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଦୁଇ ବର୍ଷ ତଳେ ଏହି ଭବନ ଅସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା। ଏହାକୁ ତିନି ବର୍ଷ ମଧ୍ୟରେ ଭଙ୍ଗାଯିବା ଆବଶ୍ୟକ ବୋଲି କୁହାଯାଇଥିଲା। ସେହି ଅନୁସାରେ ଏହି ଭବନକୁ ଭଙ୍ଗା ଯାଇ ସେଠାରେ ନୂଆ ଢାଞ୍ଚାରେ ନିର୍ମାଣ କରାଯିବ ବୋଲି ଜଣାପଡିଛି।

୧୯୮୦ ମସିହାରେ ନିର୍ମିତ ହୋଇଥିବା ଓଡ଼ିଶା ଭବନ ସହ ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ସୁରକ୍ଷା ଅଡିଟ୍‌ ୨୦୨୨ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କରାଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ ଏହାର ଭିତ୍ତିଭୂମିର ସୁରକ୍ଷା ସଂକ୍ରାନ୍ତ ଅନୁଧ୍ୟାନ କରାଯାଇଥିଲା। ୨୦୨୨ ଏପ୍ରିଲ୍‌ ୧୯ ତାରିଖରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଓଏସଡି ଓଡ଼ିଶା ଭବନଟି ଦୀର୍ଘସ୍ଥାୟୀ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ବୋଲି ମତ ଦେଇଥିଲେ।

ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏହାକୁ ମରାମତି କରିବା ମଧ୍ୟ ଅନୁପଯୁକ୍ତ। ତାହାକୁ ପୁରା ନୂଆ ନିର୍ମାଣର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା। ସେଥିପାଇଁ ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗ ଆସନ୍ତା ଡିସେମ୍ବର ମାସରେ ଭଙ୍ଗିବ ବୋଲି ଜଣାପଡିଛି।

Share This Article