ଉପନିର୍ବାଚନ କରାଇ, ଯାଜପୁରରୁ ଛିଡା ହେବେ କି ବବି ଦାସ, ସଭାରେ ଏମିତି କାହିଁକି କହିଲେ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ବର୍ତ୍ତମାନ ସତ ବୋଲି ଜଣାପଡିଛି। କାରଣ ଗତକାଲି ସେ ଯାଜପୁରର ଏକ ସଭାରେ ଯାହା କହିଲେ ତାହା ପ୍ରମାଣିତ କରିଛି ଯେ, ବବି ଯାଜପୁରରେ ଉପନିର୍ବାଚନ କରାଇ ସେ ପ୍ରାର୍ଥୀ ହେବେ। ପୂର୍ବରୁ ମଧ୍ୟ ଏହି ଚର୍ଚ୍ଚା ଲାଗିରହିଛି। ସେ ଯାଜପୁରରୁ ପୁଣି ଛିଡା ହେବେ ବୋଲି ଚାରିଆଡେ ଆଲୋଚନା ଚାଲିଛି।

ବବି ଏଥର ନିର୍ବାଚନରେ ନିଜେ ସମ୍ବଲପୁର ଲୋକସଭାରେ ପ୍ରାର୍ଥୀ ହୋଇ ନିଜ ବିଧାନସଭା ନିର୍ବାଚନ ମଣ୍ଡଳି ଯାଜପୁରରେ ସୁଜାତା ସାହୁଙ୍କୁ ଛିଡା କରି ଜିତିଇଛନ୍ତି। ସୁଜାତା ହେଉଛନ୍ତି ବବିଙ୍କର ଖାସ ଲୋକ। ବର୍ତ୍ତମାନ ବବି ସମ୍ବଲପୁରରୁ ହାରିବା ପରେ ସେ ସୁଜାତାଙ୍କୁ ଇସ୍ତଫା ଦେବାକୁ କହି ସେଠାରେ ଉପନିର୍ବାଚନ କରାଇବେ। ଆଉ ନିଜେ ପ୍ରାର୍ଥୀ ହୋଇ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ତେବେ ଏହି ଚର୍ଚ୍ଚାକୁ ଗତକାଲି ସେ ଦେଇଥିବା ଭାଷଣରେ ସତ ବୋଲି ପ୍ରମାଣିତ କରିଛି। କାରଣ ଗତକାଲି ବବି ଯାଜପୁରର ସଭ୍ୟ ସଂଗ୍ରହ ସଭାରେ କହିଥିଲେ ଯେ, ଆପଣମାନେ ଯଦି ଚାହିଁବେ ତେବେ ମୁଁ ପୁଣି ଯାଜପୁର ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ଫଳରେ ସେ ବିଧାନସଭା ଉପନିର୍ବାଚନ କରାଇ ସେଠାରେ ସେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି।

ଏକଦା ବିଜେଡିରେ ଦବଦବା ରଖିଥିବା ପ୍ରଣବ ପ୍ରକାଶ ଦାସ ବା ବବି ଦାସ ବର୍ତ୍ତମାନ ପଦବୀ ବିହୀନ ହୋଇପଡିଛନ୍ତି। ସେ ନିଜେ ଜିତିପାରିଲେ ନାହିଁ କି ତାଙ୍କ ମାଙ୍କୁ ମଧ୍ୟ ଜିତାଇପାରିଲେ ନାହିଁ। ଫଳରେ ଦଳରେ ତାଙ୍କର ଯେଉଁ କାଟତି ଥିଲା ତାହା ହ୍ରାସ ପାଇଛି। ତେଣୁ ସେ କେଉଁ ଉପାୟରେ ସେ ପୁଣି ଥରେ ବିଧାନସଭାକୁ ଆସିବା ପାଇଁ ପ୍ରବଳ ଚେଷ୍ଠା ଜାରୀ ରଖିଛନ୍ତି।

Share This Article