ବୋଲଗଡ଼: ଏଟିଏମ ଲୁଟ ଉଦ୍ୟମ ବିଫଳ, ଅଭିଯୁକ୍ତ ଗିରଫ

Odisha Hot News
1 Min Read

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଜଣେ ଦୁର୍ବୁତ୍ତ ଏଟିଏମ ଲୁଟରେ ବିଫଳ ହୋଇ ପୋଲିସ ହାତରେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ଉକ୍ତ ଥାନା ଅଞ୍ଚଳର ଉମାକାନ୍ତ ସ୍ୱାଇଁ (୩୪)।

ସୂଚନା ମୁତାବକ ଗତକାଲି ରାତିରେ ବୋଲଗଡ଼ ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମକୁ ଅଭିଯୁକ୍ତ ଉମାକାନ୍ତ ଲୁଟିବାକୁ ଚେଷ୍ଟା କରିଥିବା ବେଳେ ଏଥିରେ ବିଫଳ ହୋଇଥିଲେ। ଏପରିକି ସେ ଲୁଟ ଯନ୍ତ୍ରପାତି ଆଣି ଏଟିଏମ ର ସମ୍ମୁଖ ଅଂଶକୁ ଭାଙ୍ଗିଦେଇଥିବା ବେଳେ ବହୁ ଚେଷ୍ଟା କରି ପରିଶେଷରେ ବିଫଳ ହୋଇ ଫେରିଯାଇଥିଲେ।

ତେବେ ଉକ୍ତ ଦୃଶ୍ୟ ଆଜି ସକାଳୁ ଦେଖି ଏଟିଏମ ଲୋକେସନ ଇନଚାର୍ଜ ହରେକୃଷ୍ଣ ମୁଦୁଲି ବୋଲଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସଦର ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ ଏବଂ ବୋଲଗଡ଼ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ଓ କୋର୍ଟଚାଲାଣ କରାଯାଇଛି।

Share This Article