ବିଧାୟକ ଭାବେ ଶପଥ ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଧାନସଭାରେ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶପଥପାଠ କରାଇଛନ୍ତି। ଆଜି ନବୀନ ଗୃହ ମଧ୍ୟରେ ପ୍ରବେଶ କରିବା ପରେ ଟ୍ରେଜରୀ ବେଞ୍ଚରେ ବସିଥିବା ବିଜେପି ବିଧାୟକ ଓ ମନ୍ତ୍ରୀଗଣ ନିଜ ଆସନରୁ ଉଠି ସ୍ବାଗତ କରିଥିଲେ।

ତାଙ୍କୁ ବିଧାନସଭାରେ ସଂପୂର୍ଣ୍ଣ ସହାୟତା ଦେଇଥିଲେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେଓ। ଏଥର ନବୀନ ଦୁଇଟି ଆସନରେ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ସେ କଣ୍ଟାବାଞ୍ଜୀ ଆସନରୁ ହାରିଯାଇଥିବା ବେଳେ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିରୁ ବିଜୟ ହୋଇଛନ୍ତି।

Share This Article