ବାଲୁଗାଁ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

Odisha Hot News
2 Min Read

ବାଲୁଗାଁ: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ସ୍ନାତକ ଶ୍ରେଣୀର ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଆଜି ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।

ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ ପ୍ରଦାନ ସହ ଫେବୃଆରୀ ଆଠ ତାରିଖରୁ ଆଠ ଦିନ ଧରି ୧୮୦ ଜଣ ଯୁକ୍ତ ତିନି ବାଳିକାମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ତାଲିମ୍ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ସହ ବାଳିକା ମାନଙ୍କ ଆତ୍ମରକ୍ଷା କୌଶଳର ବିଭିନ୍ନ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅଧ୍ୟାପକ ପ୍ରବୀଣ କୁମାର ଜେନା, କରାଟେ ଖେଳାଳି ପ୍ରତାପ କେଶରୀ ଜେନା, ସାଲୋନୀ ପାତ୍ର ଯୋଗ ଦେଇ ବାଳିକାମାନଙ୍କ ଆତ୍ମରକ୍ଷା କୌଶଳର ପ୍ରାସଙ୍ଗିକତା ବର୍ଣ୍ଣନା କରିବା ସହିତ ତତ୍କାଳ ସମସ୍ୟା ସମ୍ମୁଖୀନ ହେବା ପାଇଁ ବାଳିକାମାନଙ୍କୁ ଏହା କିପରି ନୂତନ ଜ୍ଞାନ ଓ ଦୃଷ୍ଟି ପ୍ରଦାନ କରିଥାଏ ତାହା ଆଲୋଚନା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ କରାଟେ ଖେଳାଳି ଦୀପକ ସାମନ୍ତରାୟ କହିଲେ ଯେ ସମ୍ପ୍ରତି ବାଳିକାମାନେ ନିଜର ଆତ୍ମରକ୍ଷା ପାଇଁ ପ୍ରତିକ୍ରିୟା ପ୍ରଦର୍ଶନ କରିବା ସହିତ ପ୍ରତିଟି ମୁହୂର୍ତ୍ତରେ ଆତ୍ମସଚେତନ ହେବା ଆବଶ୍ୟକ।

ଏହି ଅବସରରେ ମୁଖ୍ୟ ଅତିଥି ଦୀପକ ସାମନ୍ତରାୟଙ୍କୁ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ ଓ ପ୍ରଶିକ୍ଷାର୍ଥୀ ନିଲମ ସାହୁ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିବା ବେଳେ ଯୁବ ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ରଥ, ପ୍ରଦୀପ ପାଢ଼ୀ, ଅଧ୍ୟାପିକା ସ୍ନିଗ୍ଧା ରାଣୀ ମୁଦୁଲି, ସୁନିତା ନନ୍ଦ, ରୋଜାଲିନ ମିଶ୍ର ଶୁଭଦର୍ଶିନୀ ପରିଡ଼ା, ପ୍ରିୟମ୍ବଦା ମହାପାତ୍ରପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଆତ୍ମରକ୍ଷା ସମ୍ପର୍କରେ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ।

Share This Article