ବାଇକ ଦୁର୍ଘଟଣାରେ ଦୁଇ ମୃତ

Odisha Hot News
1 Min Read

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଧରାକୋଟ: ଧରାକୋଟ ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝିରେ ଆଜି କେଟିଏମ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସେଥିରେ ଯାଉଥିବା ନିକଟସ୍ଥ ନୂଆଗଡ ଗ୍ରାମର ରିଙ୍କୁ ନାୟକ ଓ ରାହୁଲ ନାୟକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଦମକଳ ବାହିନୀ ସହାୟତାରେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ କେସ ନ ୨୯୭/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆଜି ନିଜ ଗାଁ ନୂଆଗଡରୁ ଉଭୟ ରିଙ୍କୁ ଓ ରାହୁଲ କେଟିଏମ ବାଇକ ଯୋଗେ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ହାଇୱା ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ଠିକ ସେତିକି ବେଳେ ରାସ୍ତା ପାର୍ଶ୍ବରେ ଥିବା କାଦୁଅରେ ଗାଡ଼ି ଖସିଯିବା ଯୋଗୁଁ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇ ସାମ୍ନା ପଟୁ ଆସୁଥିବା ହିରୋ ବାଇକ ସହ ଧକ୍କା ହୋଇଥିଲା।

ଦୁର୍ଘଟଣାର ତୀବ୍ରତା ଅଧିକ ଥିବାରୁ ରାସ୍ତାରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

Share This Article