ପାନ ଗଛରେ ସଜା ଯାଇ ଓଡିଶାରେ କରାଯାଇଛି ଭିନ୍ନ ଏକ ମତଦାନ କେନ୍ଦ୍ର, ଜାଣନ୍ତୁ କେଉଁଠି

Odisha Hot News
1 Min Read

ଭୁବନେଶ୍ବର: ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଏଥିରେ ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମୟୁରଭଂଜ ଏବଂ ବାଲେଶ୍ବର। ଏଥିସହିତ ଏହା ଅଧିନରେ ଥିବା 42ଟି ବିଧାନସଭାରେ ମଧ୍ୟ ଏକକାଳିନ ନିର୍ବାଚନ ହେଉଛି।

ତେବେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ବିଭିନ୍ନ ବୁଥରେ ଭିନ୍ନ ଭିନ୍ନପ୍ରକାରରେ ସାଜସଜ୍ଜା କରାଯାଇଛି। ସେହିପରି ଏକ ବୁଥକୁ ପାନ ଗଛରେ ସଜାସାଇଛି। ଏହି ବୁଥର ପ୍ରବେଶ ପଥରେ ପାନ ଗଛ ପୋତାଯାଇ ସୁନ୍ଦର ଭାବେ ସଜାଯାଇଛି। କାଳେ ପାନ ଗଛ ମରିଯିବ ସେଥିପାଇଁ ମଝିରେ ମଝିରେ ପାଣି ସିଞ୍ଚନ କରାଯାଉଛି। ଏହି ବୁଥଟି ପୁରୀ ଜିଲ୍ଲାର କାକଟପୁର ବୁଥରେ କରାଯାଇଛି। ଯାହା ଭୋଟରଙ୍କୁ ବେଶ ଆକୃଷ୍ଠ କରିବାରେ ଲାଗିଛି।

Share This Article