ନିର୍ବାଚନ ମଣ୍ଡଳିର ଉନ୍ନତି ପାଇଁ ପ୍ରଚେଷ୍ଠା ଜାରୀ ରଖିଛନ୍ତି ବିଧାୟିକା ଉପାସନା ମହାପାତ୍ର

Odisha Hot News
1 Min Read

ପୁରୀ: ନୂଆ ବିଧାୟିକା ହେଲେ ପିଲାଟି ଦିନରୁ ସେ ରାଜନୀତିକୁ ବେଶ ପାଖରୁ ଦେଖିଛନ୍ତି। ସେ ହେଉଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର। ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗ ଲୁଲୁ ମହାପାତ୍ରଙ୍କ ଝିଅ। ସେ ବ୍ରହ୍ମଗିରିର କିପରି ଉନ୍ନତି ହେବ ତାଙ୍କ ବାପାଙ୍କ ପରି ଉଦ୍ୟମ ଜାରୀ ରଖିଛନ୍ତି। ନିକଟରେ ସେ ବ୍ରହ୍ମଗିରିର ଉଚ୍ଚ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ସେନେଇ ଉପାସନା ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ।

ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ‘ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକର ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ବିକାଶ କାର୍ଯ୍ୟ ସମୀକ୍ଷା ବୈଠକରେ ଯୋଗ ଦେଲି । ଏହି ଅବସରରେ ବ୍ରହ୍ମଗିରି ବ୍ଳକର ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ସହ ଲୋକଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା ତଥା ଉନ୍ନୟନ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ବିଷୟରେ ମୋର ବକ୍ତବ୍ୟ ରଖିଥିଲି।’

Share This Article