ଝାଡଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ପରିବର୍ତ୍ତନ ଯାତ୍ରାରେ ହେବେ ସାମିଲ

Odisha Hot News
0 Min Read

ଭୁବନେଶ୍ବର: ଦୁଇଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ତ୍ତମାନ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏକ ଗସ୍ତ ଚର୍ଚ୍ଚାକୁ ଆସିଛି। ଗତକାଲି ଓଡିଶା ରାଜଭବନରେ ମୁଖ୍ୟମନ୍ତ୍ରୀଙ୍କ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ଏହି ନିମନ୍ତ୍ରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗସ୍ତସୂଚି ଅନୁସାରେ ସେ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ସେ ଝାଡଖଣ୍ଡ ଗସ୍ତରେ ଯିବେ। ୩୦ ତାରିଖରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ୧ ତାରିଖରେ ଚାଇଁବାସାର କୋଲାହନ ରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ।

Share This Article