ଚର୍ଚ୍ଚାରେ କୋରାପୁଟର କୁନି ଝିଅ, ଅଭିନୟ ମାଧ୍ୟମରେ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଜଣାଇଲେ ଗାଁର ସମସ୍ୟା

Odisha Hot News
1 Min Read

କୋରାପୁଟ: ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି କୋରାପୁଟର ଶିଶୁମନ୍ଦିର ଶିଶୁ ବାଟିକାରେ ପଢୁଥିବା ଚାରି ବର୍ଷର କୁନି ଝିଅ ସୋନାଲି ଦାସ। ଅଗଷ୍ଟ ପନ୍ଦର ଅବସରରେ ସେ ମୁଖ୍ୟ ଅତିଥୀଙ୍କ ଆଗରେ ଅଭିନୟ କରି ବଖାଣିଥିଲେ ନିଜ ଗାଁର ସମସ୍ୟା। ସେହି ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗଦେଇ ଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜିଲ୍ଲାପାଳ ଏବଂ ଏସପି ପ୍ରମୁଖ ବହୁ ଅତିଥି।

ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସୋନାଲି ଅଭିନୟ କରିବାର କାର୍ଯ୍ୟକ୍ରମ ରହିଥିଲା। ସେ ଅଭିନୟ ମାଧ୍ୟମରେ ଗାଁର ସମସ୍ୟା କୋରାପୁଟିଆ ଭାଷାରେ ଅତିଥୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲା। ତାଙ୍କ ଗାଁ ହେଉଛି ଦଶମନ୍ତପୁର ବ୍ଲକ କୁଲା ପଞ୍ଚାୟତର ପଦଗୁଡା ଗାଁ। ସେହି ଗ୍ରାମର ସମସ୍ୟା ନେଇ ସେ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଅଭିନୟ ମାଧ୍ୟମରେ ଉପସ୍ଥାପନା କରିଥିଲେ।

ସେ କହିଥିଲେ ଯେ, ଆମର ଗାଁ କେ ଯିବା କେ ରାସ୍ତା ନାଏଁ ବାବୁ, ପିଇବା କେ ପାଣି ନାଏଁ, ଚୁଆ ତାନୁ ପାଣି ଆଣି ପାଉଛେ କେ ବାବୁ, ଖଟିଆନ କେ ବୁହା ହୋଏ ମେଡିକାଲ ଆସୁଛେଁ ବାବୁ, ଆମେ ବଡ ଦୁଃଖରେ ଅଛେଁ ବାବୁ ପ୍ରଭୃତି ସମସ୍ୟା ସେ ଉପସ୍ଥାପିତ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Share This Article