ଗଣ ଦୁଷ୍କର୍ମ ପୀଡିତା ମହିଳାଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ଏକ ଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇଛି।

ଖବରରୁ ଜଣାପଡିଛି ଯେ, ବୁଗୁଡ଼ା ଅଞ୍ଚଳର ଜନୈକ ମହିଳାଙ୍କୁ ୪ ଜଣ ନିଶାସକ୍ତ ଯୁବକ ଜୋର୍ ଜବରଦସ୍ତ ଉଠାଇ ଆଣିଥିଲେ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲୀ ଗ୍ରାମ ହଜ ନିକଟରେ ଯୁବତୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହିତ ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ଶେଷରେ ତାର ଯୌନାଙ୍ଗ ମଧ୍ୟରେ ମଦ ବୋତଲ ପୁରାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲା। ଏବଂ ପୀଡ଼ିତାଙ୍କୁ ପଚରାଉଚରା ବେଳେ ସବିଶେଷ ତଥ୍ୟ ହାସଲ କରିଥିଲା। ଗଞ୍ଜେଇ ବ୍ୟବସାୟ ଘଟଣାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଯୁବତୀଙ୍କ ଠାରୁ ପ୍ରକାଶ। ବର୍ତ୍ତମାନ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

Share This Article