ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ଅଭିଯୋଗ ଆଣିଲା ବିଜେଡି, ଜାଣନ୍ତୁ କଣ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ଅଭିଯୋଗ ଆଣିଛି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବୀ କରିଛି। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ପୂର୍ବରୁ ତାଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ ଅଭିଯୋଗ ରହିଥିବାରୁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି।

ଏଥିରେ ଅଭିଯୋଗ କରାଯାଇଛି ଯେ, ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଖୋଲମଖୋଲା ଲେଡି ଏମବିକେଙ୍କୁ ଧମକଚମକ ଦେଉଛନ୍ତି। ସେମାନେ ମିଶନ ଶକ୍ତି କାର୍ଯ୍ୟାରେ ନିୟୋଜିତ ଥିବା ବେଳେ ପ୍ରଶାନ୍ତ କଣ ପାଇଁ ଧମକ ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଏଥିରେ କୁହାଯାଇଛି ଯେ, ଟାଙ୍ଗୀ ବ୍ଲକର ଏସଏଚଜି ଗ୍ରୁପର ମହିଳାମାନଙ୍କୁ ସେ ଧମକ ଦେବାରେ ଲାଗିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବିଜେଡି ଦାବୀ କରିଛି।

Share This Article