ଓପିଟିସିଏଲ୍ ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Odisha Hot News
1 Min Read

ଭୁବନେଶ୍ଵର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଓଡ଼ିଶା ବିଦ୍ୟୁତ ସଂଚରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍)ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।

ବୈଠକରେ ୨୨୦/୩୩ କେଭି ବାଲିଗୁଡା ଗ୍ରିଡ୍ ସବ୍ ଷ୍ଟେସନ ସମେତ ୨୨୦ କେଭି କେସିଙ୍ଗା-ବାଲିଗୁଡ଼ା ଲାଇନ୍, ୧୩୨ କେଭି ବୌଦ୍ଧ-ଫୁଲବାଣୀ ଡିସି ଲାଇନ୍, ୧୩୨ କେଭି ବୌଦ୍ଧ-କିଆକଟା ଡିସି ଲାଇନ୍, ୨୨୦ କେଭି ଲିଲୋ ଲାଇନ୍‌ରୁ ୨୨୦/୩୩ କେଭି ଦଶପଲ୍ଲା ଗ୍ରିଡ୍, ଦିଗପହଣ୍ଡି-ମୋହନା ଲାଇନ୍‌ରୁ ଆର.ଉଦୟଗିରି ଗ୍ରିଡକୁ ଲିଲୋ ଲାଇନ୍, ୨୨୦ କେଭି କେନ୍ଦୁଝର-ତୁରୁମୁଙ୍ଗା ଡିସି ଲାଇନ୍ ଆଦି ବିଭିନ୍ନ ପ୍ରକଳ୍ପର ଜଙ୍ଗଲ ମଞ୍ଜୁରୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଗୁଣାତ୍ମକ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାରେ ଏହି ପ୍ରକଳ୍ପଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଓପିଟିସିଏଲକୁ ଜଙ୍ଗଲ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।

Share This Article