ଆଜି ମଇଦାନରେ ରାହୁଳ ଓ ନଡ୍ଡା ମୁହାଁମୁହିଁ, ନବୀନଙ୍କୁ କେତେ ମାତ୍ରାରେ କରିବେ ସମାଲୋଚନା ??

Odisha Hot News
2 Min Read

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ମଇଦାନ କମ୍ପମାନ ହେବ। କାରଣ ଆଜି ଅପରାହ୍ନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଚାର କରିବା। ଉଭୟ ଗୋଟିଏ ଦିନରେ ଆସୁଥିବାରୁ ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବଢିବାରେ ଲାଗିଛି ରାଜନୈତିକ ପାଣିପାଗ।

ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆଜି ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ।

ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ। ସେଠାରେ ଏହିସବୁ ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ହାଜର ହେବା ପାଇଁ କୁହାଯାଇଛି। ଭୁବନେଶ୍ବର କାର୍ଯ୍ୟକ୍ରମ ସାରି ଆଜି ୨ଟା ୨୫ରେ ରାହୁଳ ଭୁବନେଶ୍ୱର ବିମାନ ବନ୍ଦରରୁ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ମଧ୍ୟ ଆଜି ଓଡିଶା ଆସୁଛନ୍ତି। ସେ ଆଜି ଅପରାହ୍ନରେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ବ୍ରହ୍ମପୁର ଗସ୍ତ କରି ଆମ୍ବପୁଆଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ଭୋଧନ କରିବେ। ଏହା ପରେ ଶ୍ରୀ ନଡ୍ଡା ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶ୍ରୀ ନଡ୍ଡା ଗୋପାଳପୁରଠାରେ ରାତ୍ରଯାପନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ୨୯ ତାରିଖ ସକାଳେ ଭୁବନେଶ୍ୱର ଫେରି ଆସି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।

ଉଭୟ ଦଳର ଶୀର୍ଷ ନେତା ଓଡିଶା ଆସୁଥିବାରୁ କଂଗ୍ରେସ ଓ ବିଜେପି ଶିବିରରେ ବେଶ ଉତ୍ସାହ ଭରିଯାଇଛି। ଉଭୟ ଦଳ ସେମାନଙ୍କ ନେତାଙ୍କ ଗସ୍ତକୁ ସଫଳ କରିବା ପାଇଁ ଲାଗିପଡିଛନ୍ତି। ଉଭୟ ଓଡିଶାରେ ଶାସନ କରିବେ ବୋଲି ଆଶା ରଖିଛନ୍ତି। ତେବେ ଜାତୀୟ ସ୍ତରର ଏହି ଦୁଇ ନେତା ନବୀନ ସରକାରଙ୍କୁ କିପରି ସମାଲୋଚନା କରୁଛନ୍ତି ତାହାକୁ ସମସ୍ତେ ଅନେଇ ରହିଛନ୍ତି।

Share This Article