ନୂଆଦିଲ୍ଲୀ : ଜୁନ୍ ପହିଲାରୁ ସାରା ଦେଶରେ ୨୦୦ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବା ନେଇ ରବିବାର ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ପ୍ରଥମ ଦିନରେ ଏହି ଟ୍ରେନ୍ଗୁଡ଼ିକରେ ୧.୪୫ ଲକ୍ଷ ଯାତ୍ରୀ ଯାତ୍ରା କରିବା ନେଇ ଯୋଜନା ଧାର୍ଯ୍ୟ ହୋଇଛି। ଜୁନ୍ ପହିଲାଠାରୁ ୩୦ ତାରିଖ ଯାଏ ୨୬ ଲକ୍ଷ ଯାତ୍ରୀ ଟ୍ରେନ୍ ଯାତ୍ରା ଲାଗି ଆଗୁଆ ଟିକେଟ ସଂରକ୍ଷିତ କରିଛନ୍ତି। ମେ ୧୨ଠାରୁ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ୍ ଏବଂ ୩୦ ସ୍ବତନ୍ତ୍ର ଏସି ଟ୍ରେନ୍ ଚଳାଚଳ ନେଇ ବ୍ୟବସ୍ଥା କରିଛନ୍ତି। ଯାତ୍ରାର ୯୦ ମିନିଟ ଆଗରୁ ଷ୍ଟେଶନରେ ପହଞ୍ଚିବାକୁ କୁହାଯାଇଛି। ଯେଉଁ ଯାତ୍ରୀ ସଂରକ୍ଷିତ ଟିକେଟ ରଖିଛନ୍ତି ସେମାନଙ୍କୁ ଷ୍ଟେଶନ ପରିସରକୁ ଛଡ଼ାଯାଉଛି। କୋଭିଡ୍ର କୌଣସି ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ବୋର୍ଡରେ ଅନୁମତି ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୪୦୫୦ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ୫୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯାତ୍ରା କରିଛନ୍ତି।
ଆଜିଠାରୁ ଗଡ଼ିବ ୨୦୦ ସ୍ବତନ୍ତ୍ର ଟ୍ରେନ୍
You Might Also Like
- Advertisement -

Comment