ଭୁବନେଶ୍ୱର, ୧୮।୯- ପଟିଆସ୍ଥିତ ୬ପକେଟ୍ସ କ୍ଲବ ଆନୁକୂଲ୍ୟରେ ଚାଲିଥିବା ସର୍ବପ୍ରଥମ ଅଲ୍ ଓଡ଼ିଶା ୬-ରେଡ୍ ସ୍ନୁକର ଚାମ୍ପିୟନଶିପ୍ର ସେମିଫାଇନାଲ ଲାଇନ୍ଅପ୍ ଚୂଡ଼ାନ୍ତ ହୋଇଯାଇଛି। ସୋମବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସୁବ୍ରତ ଦାସ ୫-୪ ଫ୍ରେମ୍ରେ ଜଗଦୀଶ ମହାନ୍ତିଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆକାଶ ମହାପାତ୍ର ୫-୧ ଫ୍ରେମ୍ରେ ରୁମିତ ଗୁପ୍ତାଙ୍କୁ ଏବଂ ତୃତୀୟ କ୍ୱାର୍ଟରରେ ଜୀତେନ ଷଡ଼ଙ୍ଗୀ ଟପ୍ ସିଡ୍ ଅନୁଜ ପଣ୍ଡାଙ୍କୁ ୫-୨ ଫ୍ରେମ୍ରେ ପରାସ୍ତ କରିଛନ୍ତି। ଉତ୍କଣ୍ଠାପୂର୍ଣ୍ଣ ୪ର୍ଥ ତଥା ଅନ୍ତିମ କ୍ୱାର୍ଟର ଫାଇନାଲରେ ଆକ୍ରମ ଖାଁ ୫-୪ ଫ୍ରେମ୍ରେ କୁନାଲ ଅଗ୍ରଓ୍ବାଲଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲ ମ୍ୟାଚଗୁଡ଼ିକ ୯ ଫ୍ରେମ୍ ବିଶିଷ୍ଟ ହୋଇଥିଲା। ମଙ୍ଗଳବାର ସୁବ୍ରତ ଦାସ ପ୍ରଥମ ସେମିଫାଇନାଲରେ ଆକାଶ ମହାପାତ୍ରଙ୍କୁ ଏବଂ ଜିତେନ ଡଡ଼ଙ୍ଗୀ ଦ୍ୱିତୀୟ ସେମିଫାଇନାଲରେ ଆକ୍ରମ ଖାଁଙ୍କୁ ଭେଟିବେ। ସନ୍ଧ୍ୟାରେ ଫାଇନାଲ ସହ ପ୍ରତିଯୋଗିତା ଶେଷ ହେବ।
ଅଲ୍ ଓଡ଼ିଶା ୬-ରେଡ୍ ସ୍ନୁକର: ସେମିଫାଇନାଲ ଲାଇନ୍ଅପ୍ ଚୂଡ଼ାନ୍ତ
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
