ଅପେକ୍ଷାର ଅନ୍ତ ଘଟିବ: ଖୁବ ଶୀଘ୍ର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ

Odisha Hot News
1 Min Read

କଟକ: ଏବେ ମାଟ୍ରିକ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ ଖବର ସାମ୍ନାକୁ ଆସୁଛି। ମାଟ୍ରିକ ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଉକ୍ତ ଫଳାଫଳ ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ଜଣାପଡିଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସୂଚନା ଯୋଗ୍ୟ ଯେ, ମାଟ୍ରିକ, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ଚଳିତବର୍ଷ ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରୀଛାତ୍ର, ମଧ୍ୟମାରେ ୩୦୩୭ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭୮୩୧ଜଣ ପରୀକ୍ଷା ଦେଇଥିଲେ। ଖାତା ମୂଲ୍ୟାୟନ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିଥିଲା।

Share This Article