ଭୁବନେଶ୍ୱର: ବିଜେଡିର ପ୍ରତିଷ୍ଠା ଦିବସରେ ଦଳ ନିର୍ବାଚନ ବେଗୁଲ ବଜାଇବା ଆଭାସ ପାଇବା ପରେ ବିଜେପି ବଳ ଦେଖାଇବ । ଏହାକୁ କାଉଁଣ୍ଟର କରିବା ପାଇଁ ରାଜ୍ୟ ବିଜେପି ଅଂଟା ଭିଡ଼ି ଥିବାବେଳେ ପ୍ରଦାନମନ୍ତ୍ରୀ ମୋଦିଙ୍କୁ ଆସନ୍ତାକାଲି ଓଡ଼ିଶା ଆମନ୍ତ୍ରଣ କରିଛି । ସେଥିପାଇଁ ରାଜ୍ୟ ବିଜେପି ମଧ୍ୟରେ କୋଳାହଳ ସହ ଉତ୍ସାହ ଦେଖିବାକୁ ମିଳିଛି । ସେଥି ପାଇଁ ରାଜ୍ୟ ପୋଲିସ ପ୍ରଶାସନ ପ୍ରସ୍ତୁତି ରହିଥିବା ବେଳେ ଖୋର୍ଦ୍ଧାର ମହାସମ୍ମିଳନୀ ପାଇଁ ମଂଚ ପ୍ରସ୍ତୁତି ସରିଛି । ସାରା ରାଜଧାନୀ ଗୋରୁଆମୟ ହେବାସହ ଗୋରୁଆ ପଦ୍ମ ରାଜପଥ ଠାରୁ ଆରମ୍ଭ କରି ରାସ୍ତାଘାଟା ଉଡ଼ୁଥିବା ଦେଖିବାକୁ ମିଳିଛି । ଯାହା ପ୍ରଧାନମନ୍ତ୍ରୀଙ୍କ ଅଗମନରେ ସାରା ରାଜ୍ୟର କର୍ମୀ ମହଲରେ ଉତ୍ସାହକୁ ଦୁଇଗୁଣ କରିଛି । ବିଶେଷକରି ନିକଟ ନିର୍ବାଚନରେ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଦଳର ପରାଜୟ ପ୍ରଥମ କରି ମୋଦିଙ୍କୁ ଭୟ ଦେଖାଇଛି । ଏହାସହ ସତର୍କ ହେବା ସହ ଆଗାମୀ ସାଧାରଣ ନିର୍ବାଚନରେ ପୂର୍ବ ଭାରତରେ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ଦଳ ଅଭିଯାନ ଆରମ୍ଭ କରିଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ଏହାସହ ୧୪ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପକୁ ଲୋକର୍ପଣ କରିବେ ମୋଦି । ଖୋର୍ଦ୍ଧା ପାଇକ ବିଦ୍ରୋହର ୨୦୦ଶହ ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହର ସ୍ମାରକୀ ଡାକଟିକେଟ୍ ଉନ୍ମୋଚନ କରିବେ ମୋଦି । ଏହାପରେ ଉକ୍ରଳ ବିଶ୍ୱବିଦ୍ୟାଳରେ ଏକ ଗବେଷଣା କେନ୍ଦ୍ରକୁ ଉଦ୍ଘାଟନ କରିବାସହ ଭୁବନେଶ୍ୱରର ଆଇଆଇଟି ପାଇଁ ୧୨୬୦ କୋଟି ବିନିମୟରେ ନୂଆ କ୍ୟମ୍ପସକୁ ଉଦ୍ଘାଟନ କରିବେ । ଏହାସହ ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଆଇଜର କ୍ୟାମ୍ପସ ଶିଳାନ୍ୟାସ ହେବ । ୩୮୦୦ କୋଟି ମୂଲ୍ୟ ପାଣ୍ଠିରେ ପାରାଦ୍ୱୀପରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ପାଇପି ଲାଇନ୍ର ଶିଳାନ୍ୟାସ ହେବ । ପରେପରେ ଉର୍ଜା ଗଙ୍ଗା ଯୋଜନାରେ ଝାଡ଼ଖଣ୍ଡର ବୋକାରୋରୁ ଅନୁଗୁଳ ପର୍ଯ୍ୟନ୍ତ ୩୪୩୭ କୋଟି ଓ ୧୬ ନମ୍ବର ଜାତୀୟ ରାଜପଥ ପାଇଁ ୨୨୦୦କୋଟି ଓ ଭୁବନେଶ୍ୱର ଇଏସଆଇ ହସ୍ପିଟାଲକୁ ଆଧିନିକରଣ ପାଇଁ ଶୁଭାରମ୍ଭ ହେବସହ ଯାଜପୁର ଲଳିତଗିରି ବୌଦ୍ଧ ସଂରକ୍ଷଣ ପାଇଁ ଏକ ମ୍ୟୁଜିୟମର ଲୋକାର୍ପଣ ହେବ ।
ମୋଦିଙ୍କ ଏହି ଗସ୍ତରେ ସାରା ରାଜ୍ୟରେ କର୍ମୀ ମହଲରେ ଉତ୍ସାହ ଥିବା ବେଳେ ଏହାର ପ୍ରଭାବ ରାଜ୍ୟର ସାଧାରଣ ଭୋଟର ଉପରେ ପଡ଼ିବ ନାହିଁ ବୋଲି ଚର୍ଚ୍ଚା ଆଲୋଚନା ହେଲାଣି । ଯେଉଁ ସମୟରେ ରାଜ୍ୟ ନବୀନ ସରକାର ଗାଁ ମୁହାଁ ହୋଇ ଯୋଜନା କରି ଭୋଟରଙ୍କ ନିକଟତ ହେଉଛି ସେତିକିବେଳେ ରାଜ୍ୟ କଂଗ୍ରେସ ବଡ଼ ଭୋଟ ବ୍ୟାଙ୍କ କୃଷକମାନଙ୍କୁ ନେଇ ଋଣଛାଡ଼ ନେଇ ପ୍ରତିଜ୍ଞା କଲାଣି, ଏପରି ସମୟରେ ମୋଦିଙ୍କ ଏହି ଗସ୍ତରେ ଶହଶହ କୋଟି ଟଙ୍କାର ପ୍ୟାକେଜ ସହର ମୁହାଁ ହୋଇଛି । ପୁଞ୍ଜିଭିତକ ଶିଳ୍ପ ପାଇଁ ପସରା ମେଲାଇ ଦେଇଛି । ୩୮୦୦ କୋଟି ଟଙ୍କା ପାରାଦୀପରୁ ହାଇଦ୍ରାବାଦ ଗ୍ୟାସ ପାଇପି ଲାଇନ ଶୁଭାରମ୍ଭ କରିବେ ମୋଦି । ଏହାର ଉପକାର ରାଜ୍ୟ ବାସୀ କିଛି ମାତ୍ରାରେ ପାଇବା ବେଳେ ଏହା ପୁଞ୍ଜିପତି ମାନଙ୍କୁ ସୁହାଇବ ବୋଲି ଅର୍ଥନିତିଜ୍ଞମାନେ ଅକଳନ କରିଛନ୍ତି । ଏହା କାର୍ଯ୍ୟକ୍ଷମ ହେବା ପାଇଁ ୨ରୁ ୩ ବର୍ଷ ଲାଗିବ, ଯାହା ନିର୍ବାଚନ ଅତିକ୍ରମ କରିଯାଇଥିବ । ଅନ୍ୟପଟେ ଭୁବନେଶ୍ୱରରେ ଇଏସଆଇ ହସ୍ପିଟାଲକୁ ଅଧୁନିକରଣ କରାଯିବାର ଯୋଜନା ଅର୍ଥ ହୀନ ହେବ, କରଣ ନିକଟରେ ବଲାଙ୍ଗିରିରେ ଭୀମଭୋଇ ହସ୍ପିଟାଲ, ବାଲେଶ୍ୱରରେ ବ୍ୟାସ ହସ୍ପିଟାଲ ସମେତ ରାଜ୍ୟରେ ୭ଟି ମେଡ଼ିକାଲ କଲେଜ ରହିଛି କିନ୍ତୁ ଅବସ୍ତା ଅତି ଦୟନୀୟ ରହିଛି । ଦିନଦିନ ପରେ ଦିନ ମେଡ଼ିସିନ ଦରବୃଦ୍ଧି ରୋକିବାରେ ସରକାର ବିଫଳ, ଡ଼ାକ୍ତର ନିଯୁକ୍ତି ପ୍ରତିଶ୍ରୁତି ଅଧୁରା ରହିଛି । ଓøଷଧ ବିକଳରେ ରୋଗୀ ମରୁଛି ଏଥିପାଇଁ ଏହାର ପ୍ରଭାବ ରାଜ୍ୟ ଭୋଟର ଉପରେ ପଡ଼ିବ ନାହିଁ । ଅନ୍ୟପଟେ ୧୬ ନମ୍ବର ଜାତୀୟ ରାଜପଥକୁ ଉନ୍ନତି ପାଇଁ ହଜାର ହଜାର କୋଟି ଟଙ୍କା ମୂଲ୍ୟରେ ଶୁଭାରମ୍ଭ ହେବ । ଯେଉଁ ରାସ୍ତାରେ ଟାଟା ବିର୍ଲା କମ୍ପାନୀର ପରିବହନ ହେବାରେ ସୁବିଧା ହେବ, ଯାହା ସାଧାରଣ ଭୋଟର ଉପରେ ପଡ଼ିବାର ସମ୍ବାବନା ନଥିବା ଆଲୋଚନା ହେଉଛି । ମାତ୍ର ରାଜ୍ୟରେ ଶିକ୍ଷାର ସ୍ଥିତ ଅତି ବେହାଲ, ନାହିଁ ନାହଁରେ ଚାଲିଛି ସର୍ବପୁରାତନ ଉକ୍ରଳ ବିଶ୍ୱବିଦ୍ୟାଳୟ, ଶହ ଶହ ଅଧ୍ୟାପକ ଫାଙ୍କା ପଡ଼ିଛି । ଯାହା ଦ୍ୱାରା ରାଜ୍ୟର ମେଧାବି ଛାତ୍ର ମୁହଁ ଫେରାଉଛନ୍ତି । ଏହିସମୟରେ ଉକ୍ରଳ ବିଶ୍ୱବିଦ୍ୟାଳରେ ଗବେଷଣା କେନ୍ଦ୍ରକୁ ଉଦ୍ଘାଟନ କରିବାସହ ଭୁବନେଶ୍ୱରର ଆଇଆଇଟି ପାଇଁ ୧୨୬୦ କୋଟି ବିନିମୟରେ ନୂଆ କ୍ୟମ୍ପସକୁ ଉଦ୍ଘାଟନ କରିବେ ଯାହା ରାଜ୍ୟର ଭୋଟର ଉପରେ କି ପ୍ରଭାବ ପଡ଼ିବ ତାହା ଆପଣମାନେ କୁହନ୍ତୁ ।
ଯେଉଁ ସମୟରେ ରାଜ୍ୟ ସରକାର ଭୋଟରଙ୍କ ନିକଟତର ହେବା ପାଇଁ ଗାଁ ମୁହାଁ ହେଉଛନ୍ତି, ଠିକ୍ ଏହିସମୟରେ ରାଜ୍ୟ କଂଗ୍ରେସ ଠିକ୍ ଏକା ପନ୍ଥା ଆପଣାଉଛି । ଏତିକି ବେଳେ ରାଜ୍ୟ ବିଜେପିର ଏପରି ନିଷ୍ପତି ଦିଗହରା ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
3 Comments
3 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.