ଭଦ୍ରକ ପୌରପାଳିକାରେ ଆବାସ କାର୍ଯ୍ୟାଦେଶ ବଣ୍ଟନ – Fast News Network

Odisha Hot News
2 Min Read

ଭଦ୍ରକ: ଭଦ୍ରକ ପୌରପାଳିକା ପକ୍ଷରୁ ଟାଉନ୍‌ହଲ୍ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିବା ମୋଟ ୧୦୫ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଆଜି ନବମ ପର୍ଯ୍ୟାୟ ଆବାସ କାର୍ଯ୍ୟାଦେଶ ବଣ୍ଟନ ଉତ୍ସବରେ ପୌରାଧ୍ୟକ୍ଷ ଗୁଲମକ୍କୀ ଦଲାୱାଜି ହବିବ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ଏହି ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଭଦ୍ରକ ସହରରେ କେହି ବି ଜଣେ ହିତାଧିକାରୀ ଯେପରି ପକ୍କାଘର ସୁବିଧାରୁ ବଂଚିତ ନହେବେ ସେ ଦିଗରେ ବିଧାୟକ ଶ୍ରୀ ମଲ୍ଲିକ ଗୁରୁତ୍ୱାରୋପ କରିବା ସହ ପ୍ରକୃତ ହିତାଧିକାରୀ ଯେମିତି ଏହି ଆବାସ ଯୋଜନାରୁ ବଂଚିତ ନହେବେ, ସେ ଦିଗରେ ପୌର କର୍ତ୍ତୃପକ୍ଷ ସଜାଗ ରହିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ଉତ୍ସବ ଆରମ୍ଭରୁ ବିଧାୟକ ଶ୍ରୀ ମଲ୍ଲିକ ନବ ନିର୍ବାଚିତ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷା ଓ ସମସ୍ତ କାଉନସିଲରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ମଧ୍ୟ ତାଙ୍କ ବକ୍ତବ୍ୟରେ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ, ପୌର ଉପାଧ୍ୟକ୍ଷା ଅଂଜୁବାଳା ଜେନା ଓ ସମସ୍ତ କାଉନସିଲରଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏହି ବଣ୍ଟନ ଉତ୍ସବରେ ପୌର ଉପାଧ୍ୟକ୍ଷା ଅଂଜୁବାଳା ଜେନା, ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, ସାଂସଦଙ୍କ ପ୍ରତିନିଧି ପ୍ରଣୟ ଦାସଙ୍କ ସହ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ସୂଚନା ଅନୁସାରେ ମୋଟ ୬୭୪ ଜଣ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଆଜିର ପ୍ରଥମ ଦିନରେ ମୋଟ ୧୦୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ପ୍ରଥମ ଦିବସ ବଣ୍ଟନରେ ୧ ନମ୍ବର ୱାର୍ଡରୁ ୨ ଜଣ, ୨ ନଂ ରୁ ୬ ଜଣ, ୩ ନଂ ରୁ ୪ ଜଣ, ୫ନଂ ରୁ ୨ ଜଣ, ୬ ନଂ ୫ ଜଣ, ୭ ନଂ ରୁ ୩ ଜଣ, ୮ ନଂ ରୁ ୩ ଜଣ, ୯ନଂ ରୁ ୪ ଜଣ, ୧୧ ନଂ ରୁ ୩ ଜଣ, ୧୨ ନଂ ରୁ ୫ ଜଣ, ୧୩ନଂ ରୁ ୩ ଜଣ, ୧୪ ନଂ ରୁ ୩ ଜଣ, ୧୫ ନଂ ରୁ ୪ ଜଣ, ୧୬ ନଂ ରୁ ଜଣେ, ୧୭ ନଂ ରୁ ୬ ଜଣ, ୧୮ ନଂ ରୁ ୪ ଜଣ, ୧୯ ନଂ ରୁ ୨ ଜଣ, ୨୦ ନଂ ରୁ ୩ ଜଣ, ୨୧ନଂ ରୁ ୪ ଜଣ, ୨୨ନଂ ରୁ ୫ ଜଣ, ୨୩ ନଂ ୪ ଜଣ, ୨୪ ନଂ ରୁ ୪ ଜଣ, ୨୫ ନଂ ରୁ ୫ ଜଣ, ୨୬ ନଂ ରୁ ୩ ଜଣ, ୨୭ ନଂ ରୁ ୪ ଜଣ, ୨୮ ନଂ ୩ ଜଣ, ୨୯ ନଂ ରୁ ୫ ଜଣ, ୩୦ ନଂ ରୁ ୪ ଜଣ ପାଇଛନ୍ତି ।

Share This Article