ନୟାଗଡ଼: ଘରୋଇ କଳି ଅନାଥ କଲା । ବୁଧବାର ଦିନ ଖଣ୍ଡପଡ଼ା ମଙ୍ଗଳା ସାହିରେ ନିଆଁରେ ପୋଡ଼ି ହୋଇଥିବା ଦମ୍ପତିଙ୍କ ଗତକାଲି ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଛି । ଗତକାଲି ଗାଁର ଦୁଇ ଦମ୍ପତିଙ୍କ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ଝଗଡ଼ା ଉଗ୍ରରୂପ ନେଇଥିଲା । ଏଥିରେ ସ୍ୱାମୀ ସଦାନନ୍ଦ ପ୍ରଧାନ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ସ୍ତ୍ରୀ ଋତୁପୂର୍ଣ୍ଣା ନିଆଁରେ ମଧ୍ୟ ପୋଡ଼ି ହୋଇଯାଇଥିଲେ । ଗ୍ରାମବାସୀ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମେଡ଼ିକାଲ ଓ ଗୁରୁତର ହେବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମୃତ୍ୟୁ ପରେ ତାଙ୍କର ଏକମାତ୍ର ପୁଅ ଅସହାୟ ହୋଇ ବାପା ମାଆକୁ ଖୋଜୁଥିବା ଦେଖିବାକୁ ମିଳିଛି । ସଦାନନ୍ଦ ଓ ଋତୁପୂର୍ଣ୍ଣା ପ୍ରେମ ବିବାହ କରିଥିବା ବେଳେ ଅଚାନକ କାହିକି ଝଗଡ଼ା ହୋଇଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ ।
ଘରୋଇ କଳିର କରୁଣ ପରିଣତି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JavonWar on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- SteveLaf on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- Kapelnica ot zapoya_dlml on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- pinup_dtKa on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- Georgepat on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
