ଭଦ୍ରକ: ପିଠା କାର୍ଯ୍ୟକ୍ରମକୁ ନେଇ ବିଦ୍ରୋହ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ପିଠା କଳି ଏବେ ବାଟରେ ପଡ଼ି ଘାଟରେ ଗଡୁଛି । ଏହି ବ୍ଲକ୍ରେ ୩ପର୍ଯ୍ୟାୟରେ ହେଇଥିବା ପିଠା କାର୍ଯ୍ୟକ୍ରମରେ ୧୦ଟି ପଂଚାୟତର ସରପଂଚ ଓ ସମିତି ସଭ୍ୟଙ୍କୁ ଉପେକ୍ଷିତ କରାଯାଇଥିବା ଅଭିଯୋଗ ଆସିଛି । ଏହାର ପ୍ରତିବାଦରେ ୨ ଦିନ ଧରି ଗଣଧାରଣା ଦେବା ସହ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କୁଶପୁତଳିକା ଦାହ କରାଯାଇଛି । ଏହା ସହ ମନ୍ତ୍ରୀ ଓ ତାଙ୍କ ଛାମୁଆ ନେତାମାନେ ପିଠା କାର୍ଯ୍ୟକ୍ରମର ଅର୍ଥକୁ ହଡ଼ପ କରିଥିବା ଅଭିଯୋଗ ଆସିଛି । ଏତିକିରେ ସରିନାହିଁ ଅଭିଯୋଗ ବ୍ଲକ୍ର ସମସ୍ତ ପଂଚାୟତର ପ୍ରତିନିଧିମାନେ ବିଡ଼ିଓଙ୍କୁ ପଂଚାୟତ କାର୍ଯ୍ୟାଳୟର ଚାବି ଦେଇଥିବା ଦେଖିବାକୁ ମିଳିଛି । ଏହାସହ ଦଳୀୟ ଭିତରେ ସରକାରଙ୍କ ଯୋଜନାକୁ ସିମିତ ରଖୁଥିବା ବେଳେ ସାଧାରଣ ଜନତା ହକ୍ ମାଗିଲେ ବିଜୁ ଯୁବ ବାହିନୀ ହତିଆର ଦେଖାଉଥିବା ଅଭିଯୋଗ ଆସିଛି । ଯଦି ପ୍ରଶାସନ ତୁରନ୍ତ ଏପରି ଦୁଷ୍ଟ ପ୍ରକୃତିର ନେତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରେ ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ପିଠା କଳି ଏବେ ବାଟରେ ପଡ଼ି ଘାଟରେ ଗଡୁଛି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
