ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପୀ

Odisha Hot News
1 Min Read

ଭୁବନେଶ୍ବର: କରୋନା ଭାଇରସର ସଂକ୍ରମଣ ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ପ୍ଲାଜମା ଥେରାପୀର ଚାହିଦା ବଢ଼ିଯାଇଛି। କରୋନା ପଜିଟିଭଙ୍କ ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ପ୍ଲାଜମା ଥେରାପୀ ସବୁଠୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଓଡିଶାରେ ମଧ୍ୟ ସଫଳ ହେଉଛି ପ୍ଲାଜମା ଥେରାପୀ। ଏହି ଥେରାପିରେ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହେଉଛନ୍ତି। ସେମାନଙ୍କ ଅବସ୍ଥାରେ ସୁଧାର ଆସୁଛି। ସେମାନଙ୍କୁ ଏବେ ଅକ୍ସିଜେନ ସପୋର୍ଟର ଆବଶ୍ୟକତା ପଡୁନାହିଁ। ଖୁବଶୀଘ୍ର ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ।

ଏପର୍ଯ୍ୟନ୍ତ ୮ ୟୁନିଟ ପ୍ଲାଜମା ୪ ଜଣ ଡୋନରଙ୍କ ପାଖରୁ ସଂଗ୍ରହ କରାଯାଇଛି। ସେଥିରୁ ୬ୟୁନିଟ୍‌ ବ୍ୟବହାର ହୋଇସାରିଲାଣି। ଏମାନଙ୍କ ମଧ୍ୟରେ ସମ୍‌ରୁ ୪ ଜଣ ଏବଂ ଅଶ୍ୱିନ ହସପିଟାଲରେ ୨ ଜଣ ରହିଛନ୍ତି। ସୂଚନାଯୋଗ୍ୟ, ଗତ ୧୫ ତାରିଖରେ କରୋନା ଚିକିତ୍ସା ପାଇଁ ପ୍ଲାଜମା ଥେରାପୀ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ରାଜ୍ୟର ୩ଟି ହସ୍ପିଟାଲ ଭୁବନେଶ୍ୱରର ସମ୍‌, କିମସ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । କଟକ ଏସସିବିରେ ପ୍ଲାଜମା ବ୍ୟାଙ୍କ ରହିଛି ।

Share This Article