ବେଙ୍ଗାଲୁରୁ: ଓଡ଼ିଆ ଝିଅ ଅପସରା ରାଣୀ । ହିନ୍ଦୀ ଚଳଚିତ୍ରରେ ମୁଖ୍ୟ ନାୟିକା ହେବେ । ବଲିଉଡ୍ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ତିନି ଚାରିଦିନ ହେବା ଜଣେ ଓଡ଼ିଆ ହିରୋଇନ୍ଙ୍କ ନାଁ ବେଶ୍ ଚର୍ଚ୍ଚାରେ ରହୁଛି। ସେ ବର୍ତ୍ତମାନ୍ ଇଣ୍ଟର୍ନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି। ନେଟିଜେନ୍ସ (ଇଣ୍ଟର୍ନେଟ୍ ବ୍ୟବହାରକାରୀ)ମାନେ ତାଙ୍କ ନାଁକୁ ସର୍ବାଧିକ ଥର ସର୍ଚ୍ଚ କରୁଥିବାର ଦେଖାଯାଉଛି।
ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରାମ୍ଗୋପାଲ୍ ବର୍ମା ତାଙ୍କ ଅପ୍କମିଂ ୱେବ୍ ଫିଲ୍ମ ‘ଥ୍ରୀଲର୍’ରେ ଅଙ୍କିତାଙ୍କୁ ଅଭିନେତ୍ରୀ ଭାବେ ଲଞ୍ଚ୍ କରିବାକୁ ଯାଉଛନ୍ତି। କିଛିଦିନ ତଳେ ସେ ଅଙ୍କିତାଙ୍କ ଫଟୋକୁ ନେଇ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ଏହି ଟ୍ୱିଟ୍ ଭାଇରାଲ୍ ହେବା ପରେ ଅଙ୍କିତାଙ୍କ ନାଁ ଖୁବ୍ ଚର୍ଚ୍ଚା ସାଉଣ୍ଟୁଛି। ତାଙ୍କର ଟ୍ୱିଟର୍ ଓ ଇନ୍ଷ୍ଟାଗ୍ରାମ ଫଲୋଅର ମଧ୍ୟ ହୁହୁ ହୋଇ ବଢ଼ିଚାଲିଛି।
ଅଙ୍କିତାରୁ ଅପସରା ନାଁରେ ପରିଚିତ ହୋଇଥିବା ଏହି ହିରୋଇନ୍ ପୂର୍ବରୁ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କୁହାଯାଉଛି। ବଲାଙ୍ଗିରରେ ଘଟିଥିବା ପାର୍ସଲ୍ ବୋମା ଘଟଣାକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। କିନ୍ତୁ ଫିଲ୍ମ ବିରୋଧରେ ମାମଲା ଚାଲିଥିବାରୁ ଏପର୍ଯ୍ୟନ୍ତ ଏହା ପ୍ରେକ୍ଷାଳୟରେ ରିଲିଜ୍ ହୋଇପାରି ନାହିଁ।
ତେବେ ସୋସିଆଲ୍ ମିଡିଆରେ ତାଙ୍କର ବୋଲ୍ଡ ଫଟୋ ଅପ୍ଲଡୋ ହେବା ପରେ ଏହା ଖୁବ୍ ଭାଇରାଲ୍ ହେଉଛି। କିନ୍ତୁ ମିଳିଥିବା ଅପଡେଟ୍ ଖବର ଅନୁସାରେ ଫଟୋ ଭଳି ତାଙ୍କର ଫିଲ୍ମ କିନ୍ତୁ ବୋଲ୍ଡ ନୁହେଁ।
ଅପସରା କଲେଜ ପାଠପଢା ସମୟରେ ବହୁ ଜାତୀୟ ବିଜ୍ଞାପନ ତଥା ଫ୍ୟାସନ୍ ସୋରେ ମଧ୍ୟ ଭାଗ ନେଇଥିଲେ। ଅପସରା ଦୁଇଟି ଦକ୍ଷିଣ ଭାରତୀୟ ଚଳଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ।ଏହି ତେଲୁଗୁୁ ଚଳଚ୍ଚିତ୍ରରେ ଅଭିନୟ କରିବା ସମୟରେ ଅପସରାଙ୍କ ଭେଟ ହୋଇଥିଲା ରାମଗୋପାଳ ବର୍ମାଙ୍କ ସହ ।
ଓଡ଼ିଶାର ନୟାଗଡ଼ କଣ୍ଟିଲୋରେ ଜନ୍ମ ହୋଇଥିବା ଅଙ୍କିତା ଦେହରାଦୁନ୍ରେ ବଢ଼ିଛନ୍ତି। ବଲିଉଡ୍ ଷ୍ଟାର୍ ହେବାକୁ ଇଚ୍ଛା ରଖିଥିବା ଅପସରା ତାଙ୍କ ଅପ୍କମିଂ ଫିଲ୍ମରେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି। ତେବେ ବର୍ତ୍ତମାନ କରୋନା ସମୟରେ ଏହିସବୁରୁ ନିବୃତ୍ତ ରହିଛନ୍ତି ଅପସରା। ତେବେ ତାଙ୍କର ସ୍ୱପ୍ନପଥରେ ଅଗ୍ରସର ହେବା ପାଇଁ ସେ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି। ତା ସହିତ ଭାଇରାଲ୍ ହେଉଥିବା ବୋଲ୍ଡ ଫଟୋଗୁଡ଼ିକ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କର ଥିବା ଭଲପାଇବାକୁ କମାଇଦେବନି ବୋଲି ଏକ ୱେବ୍ ତ୍ୟାନେଲ୍କୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଅଙ୍କିତା।
ହାଇଦ୍ରାବାଦ୍ରେ ରହି ଫିଲ୍ମ କରୁଥିବା ଅପସରା ମଝିରେ ମଝିରେ ଓଡ଼ିଶା ମଧ୍ୟ ଆସନ୍ତି। ସେ ଚାହାଁନ୍ତି ଲୋକେ ତାଙ୍କୁ ଫିଲ୍ମର ଚରିତ୍ର ଅନୁସାରେ ନୁହେଁ ବରଂ ତାଙ୍କର ଟାଲେଣ୍ଟ ଅନୁସାରେ ଜଜ୍ କରନ୍ତୁ।।
Comment