ଆଜି ‌ଶ୍ରାବଣ ମାସର ପ୍ରଥମ ସୋମବାର,ଶୈବପୀଠ ଖାଁ ଖାଁ

Odisha Hot News
1 Min Read

ଭୁବନେଶ୍ବର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳିତ ଥର ଶ୍ରାବଣ ମାସରେ  ପଡୁଛି ୫ଟି ସୋମବାର। ହିନ୍ଦୁ ଶାସ୍ତ୍ର ଅନୁସାରେ ପବିତ୍ର ମାସ ମଧ୍ୟରେ ଶ୍ରାବଣ ଅନ୍ୟତମ। ଶ୍ରାବଣ ସୋମବାରରେ ଦେବଦେବ ମହାଦେବଙ୍କ ଉପରେ ଜଳଲାଗି କଲେ ସକଳ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ବିଭିନ୍ନ ଘାଟରୁ ପବିତ୍ର ଜଳ ଉଠାଇ ଖାଲି ପାଦରେ କାଉଡ଼ିଆମାନେ ଜଳ ନେଇ ମହାଦେବଙ୍କ ଉପରେ ଲାଗି କରିଥାନ୍ତି। କିନ୍ତୁ ଚଳିତ ଥର ମହାମାରୀ ପାଇଁ ଫିକା ପଡ଼ିଛି ଏହି ପର୍ବ।

କରୋନା ପାଇଁ ରାଜ୍ୟ ସରକାର ବୋଲବମ ଯାତ୍ରା ଉପରେ ରୋକ ଲଗାଇଛନ୍ତି। କରୋନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଟକଣା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶ୍ରାବଣ ମାସରେ କାଉଡ଼ିଆଙ୍କ ପାଣି ଉଠାଇବା, ରାସ୍ତାରେ ଚାଲିବା ଓ ମନ୍ଦିରକୁ ପ୍ରବେଶ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। କଟକଣା ଯୋଗୁଁ ରାଜ୍ୟର ପ୍ରମୁଖ ଶୈବପୀଠ ଲିଙ୍ଗରାଜ, ଧବଳେଶ୍ୱର ଓ ଲୋକନାଥ ମନ୍ଦିରରେ ଏବର୍ଷ ଭକ୍ତଶୂନ୍ୟ।

Share This Article