ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଣି ପୁନର୍ବିଚାର ପିଟିସନ ଫାଇଲ

Odisha Hot News
1 Min Read

ଭୁବନେଶ୍ୱର : ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶୁକ୍ରବାର ମୋଡିଫିକେସନ୍‌ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍‌ ହୁସେନ୍‌ ପିଟିସନ୍‌ ଦାୟର କରିଛନ୍ତି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ। ପୁରୀ ସହରକୁ ସଟ୍‌ଡାଉନ୍‌ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ପିଟିସନ୍‌ରେ କୁହାଯାଇଥିବା ସୂଚନା ମିଳିଛି।

ଚଳିତ ବର୍ଷ ପୁରୀ ରଥଯାତ୍ରା ହେବନି ବୋଲି ଗତକାଲି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଏନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

Share This Article