ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୪ କରୋନା ସଂକ୍ରମିତ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୨୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୬ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬, କେନ୍ଦୁଝର ଜିଲ୍ଲାରୁ୫, ଯାଜପୁର ଜିଲ୍ଲାରୁ ୯, ନବରଙ୍ଗପୁର ଜିଲ୍ଲାରୁ ୭, ଖୋର୍ଦ୍ଧା ଜିଲ୍ଲାରୁ ୧୦, କୋରାପୁଟ ଜିଲ୍ଲାରୁ ୬, ମାଲକାନଗିରି ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୩୪, କଳାହାଣ୍ଡି ଜିଲ୍ଲାରୁ ୬, ନୂଆପଡା ଜିଲ୍ଲାରୁ ୧, କନ୍ଧମାଳ ଜିଲ୍ଲାରୁ ୩, ଭଦ୍ରକ ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୧୬, ସୁନ୍ଦରଗଡ଼ ଜିଲ୍ଲାରୁ ୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭, ବରଗଡ଼ ଜିଲ୍ଲାରୁ ୪ ଏବଂ  ବଲାଙ୍ଗୀର ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୩୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୦୧ ରହିଛି। ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share This Article