ଦୀର୍ଘ ସମୟ ଧରି ମାସ୍କ ପିନ୍ଧୁଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ

Odisha Hot News
1 Min Read

ଭୁବନେଶ୍ବର: ଯଦି ଆପଣ ବି କରୋନା ଭାଇରସରୁ ବର୍ତ୍ତିବା ପାଇଁ ଦୀର୍ଘ ସମୟ ଧରି ମାସ୍କ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଦୀର୍ଘ ସମୟ ଧରି ମାସ୍କ ପିନ୍ଧିବା ଦ୍ବାରା ଲୋକଙ୍କୁ ଶ୍ବାସଜନିତ,ହୃଦ୍ ସମ୍ବନ୍ଧୀୟ ଏବଂ ଅନ୍ୟାନ୍ୟ ସମସ୍ୟା ହେଉଛି।

ମେଡିକାଲ୍ ସାଇନ୍ସର ଭାଷାରେ ଏହି ରୋଗକୁ ହାଇପରକେପନିୟା କୁହାଯାଏ। ମାସ୍କ ପିନ୍ଧିବା ଭୁଲ୍ ନୁହେଁ,କିନ୍ତୁ ଲଗାତାର ଦୀର୍ଘ ସମୟ ପିନ୍ଧିବା ଏବଂ ବ୍ୟାୟାମ କରୁଥିବା ସମୟରେ ମାସ୍କ ପିନ୍ଧିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ।

କ୍ବାରେଣ୍ଟାଇନ୍ ସେଣ୍ଟରରେ ଏଭଳି ମାମଲା ସାମନାକୁ ଆସୁଛି। ମାସ୍କ ପିନ୍ଧିବା ଯୋଗୁଁ ମନୁଷ୍ୟ ଛାଡ଼ୁଥିବା କାର୍ବନ୍ ଡାଇଅକ୍ସାଇଡ ପୁଣି ଥରେ ମୁହଁ ଏବଂ ନାକ ଜରିଆରେ ଫୁସଫୁସ୍ ଯାଏଁ ପହଞ୍ଚିଥାଏ। ଯାହା ଫଳରେ ଏସବୁ ସମସ୍ୟା ହୋଇଥାଏ।

ଏହି କାରଣରୁ ଦୀର୍ଘ ସମୟ ଯାଏଁ ମାସ୍କ ଳଗାଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ରା ଅନୁଭୂତ ହୋଇଥାଏ। ଏହା ଦ୍ବାରା ମୁଣ୍ଡ ଭାରି ହେବା ଭଳି ସମସ୍ୟା ହୋଇଥାଏ।

ଯେଉଁମାନଙ୍କୁ ଏହି ପ୍ରକାର ସମସ୍ୟା ହେଉଛି ସେମାନେ ମାସ୍କର ଉଚିତ୍ ବ୍ୟବହାର ଏବଂ ନିହାତି ଜରୁରୀ ହେଲେ ମାସ୍କ ଲଗାଇବାର ପରାମର୍ଶ ଦିଆଯାଉଛି। ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ ଏହା ଅପିଲ୍ କରାଯାଇଛି ଯେ ଭିଡ଼ରେ ଯାଆନ୍ତୁ ନାହିଁ ଏବଂ ଅତ୍ୟନ୍ତ ଦରକାର ନହେଲେ ମାସ୍କ ବ୍ୟବହାର କରନ୍ତୁ ନାହିଁ। ବାହାରକୁ ବାହାରିଲେ ମାସ୍କ ଲଗାନ୍ତୁ।

ହାଇପରକେପନିୟାର ଲକ୍ଷଣ :

  • ଆଖି ଝାପସା ଦେଖାଯିବା
  • ମୁଣ୍ଡ ବୁଲାଇବା
  • ମୁଣ୍ଡ ଭାରି ହେବା।
  • ନିଃଶ୍ବାସପ୍ରଶ୍ବାସ ଜନିତ ଅସୁବିଧା
  • ରକ୍ତଚାପ ଏବଂ ହୃଦଗତି ବଢ଼ିବା
  • ଝାଳ ବାହାରିବା
  • ସଂଜ୍ଞାହୀନ ହେବା

ପ୍ରତିକାର :

  • ଘରେ ଏକୁଟିଆ ଥିଲେ ମାସ୍କ ପିନ୍ଧନ୍ତୁ ନାହିଁ।
  • ବାହାରକୁ ଯାଉଥିଲେ କିମ୍ବା କାହା ସଂସ୍ପର୍ଶରେ ଆସୁଥିଲେ ମାସ୍କ ପିନ୍ଧନ୍ତୁ।
  • ମାସ୍କ ପିନ୍ଧି ଜଗିଂ କିମ୍ବା ଏକ୍ସରସାଇଜ କରନ୍ତୁ।
Share This Article