ବାଲେଶ୍ୱର: ଉତ୍ତର ଓଡ଼ିଶାର ଟାଣୁଆ ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା | ତାଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବାବେଳେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ କିଛି ମାସ ଧରି ଚିକିତ୍ସାଧୀନ ଥିଲେ |
ସୂଚନାଯୋଗ୍ୟ ଯେ, ଗତକିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା । ସେଥିଲାଗି ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ମଦମୋହନଙ୍କ ୬୩ବର୍ଷ ବୟସ ହୋଇଥିଲା । ୨୦୧୯ରେ ପ୍ରଥମ ଥର ପାଇଁ ବିଜେପି ଦଳ ପକ୍ଷରୁ ଟିକେଟ୍ ପାଇ ବିଧାୟକ ହୋଇଥିଲା । ବାଲେଶ୍ୱର ସଦରରୁ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲା । ଚଳିତ ନିର୍ବାଚନରେ କଡା ଟକ୍କରରେ ବିଜୟୀ ହୋଇଥିଲେ ମଦନମୋହନ ଦତ୍ତ । ପୂର୍ବରୁ ବାଲେଶ୍ୱର ଜିଲ୍ଲାର ଜିଲ୍ଲାସଭାପତି ଭାବେ କାର୍ଯ୍ୟ କରିଆସିଥିଲେ ମଦନମୋହନ ଦତ୍ତ ।
Comment