ତିନି ରଥରେ ଲାଗିଲା କଳସ

Odisha Hot News
1 Min Read

ପୁରୀ: ଆଜି ତିନି ରଥରେ କଳସ ଓ ଅଁଳା ଲାଗି ହୋଇଛି। ସେହିଭଳି ଓଲଟ ଶୁଆ ମଧ୍ୟ ତିନି ରଥରେ ଲାଗିଛି। ରଥର ଚତୁଃପାର୍ଶ୍ବରେ ଚିତ୍ରକର ସେବକମାନଙ୍କ ଦ୍ବାରା ରଙ୍ଗ କାର୍ଯ୍ୟ ଜାରି ରହିଛି। ମହାପ୍ରଭୁଙ୍କ ବିଜେ ସ୍ଥଳରେ କନକମୁଣ୍ଡି ଲାଗିବା ପରେ ଏହାକୁ ରତ୍ନ ସିଂହାସନ ସଦୃଶ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। କେବଳ ପିତ୍ତଳ ଚଦର ପଡ଼ିବା ବାକି ରହିଛି। ରୂପକାର ଓ ଚିତ୍ରକର ସେବକମାନେ ପାର୍ଶ୍ବ ଦେବାଦେବୀ, ସଖି, ଶିଖର ଡମ୍ବୁରୁ, ହଂସପଟା ରଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ କରିଥିବାବେଳେ ତିନି ରଥର ସାରଥୀ ରଙ୍ଗ କାର୍ଯ୍ୟ ଜାରି ରହିଛି। ଦରଜୀ ସେବକମାନେ ରଥ ଘେର ସହ ରଥକନାରେ ଜରି ଫିତା ସିଲାଇ ଓ କନା ଯୋଡ଼ିବା କାମ ଜାରି ରଖିଛନ୍ତି।

Share This Article