ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଫାଣ୍ଡି ସବ ଇନିସପେକ୍ଟର ଅଶୋକ ପଣ୍ଡା

Odisha Hot News
1 Min Read

ଭୁବନେଶ୍ୱର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଧଳାପଥର ଫାଣ୍ଡି ପୋଲିସ ସବ ଇନିସପେକ୍ଟର ଅଶୋକ ପଣ୍ଡା । ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଅଶୋକ ପଣ୍ଡା ପୋଲିସ ହାତରେ ଗିରଫ ହୋଇଛନ୍ତି। ଆଶିଷ ପଣ୍ଡା ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ଏକ ଜମିଜମା ମାମଲା ନେଇ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍‌ସ ହାତରେ ଧରା ପଡିଛନ୍ତି । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇଁ ଭିଜିଲାନ୍ସ ତଦନ୍ତ କାରି ଦଳ ଘଟଣା ସ୍ଥଳରେ ପହଂଚିଥିଲେ । ପୋଲିସ ଅଧିକାରୀଙ୍କ ଠାରୁ ଜବତ ହୋଇଥିବା ଲାଞ୍ଚ ଟଙ୍କାକୁ ତାଙ୍କ ଠାରୁ ଜବତ କରାଯାଇଛି। ଏହାସହ ବାଣପୁର ଥିବା ତାଙ୍କ ପୈତୃକ ବାସଭବନ ଉପରେ ମଧ୍ୟ ଭିଜିଲାନ୍‌ସ ବିଭାଗ ଚଢଉ କରିଛି

Share This Article