ରାଜ୍ୟରେ ପୁଣି ୧୩୮ ପଜିଟିଭ୍‌ ଚିହ୍ନଟ

Odisha Hot News
1 Min Read

ଭୁବନେଶ୍ୱର : ସୋମବାର ରାଜ୍ୟରେ ପୁଣି ୧୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ପାଖାପାଖି ଛୁଇଁଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫, ଖୋର୍ଦ୍ଧାରୁ ୧୩, ସୁନ୍ଦରଗଡ଼ରୁ ୧୨, ଭଦ୍ରକ ୧୧, କନ୍ଧମାଳ ୧୦, କେନ୍ଦୁଝର ୧୦, ପୁରୀ ୭, ଯାଜପୁର ୬, ମୟୂରଭଞ୍ଜ ୬, ନୟାଗଡ଼ ୩, ଢେଙ୍କାନାଳ ୩, ନୂଆପଡ଼ା ୩, କଳାହାଣ୍ଡି ୨, ସମ୍ବଲପୁର, ରାୟଗଡ଼ା, ବଲାଙ୍ଗୀର ଏବଂ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ୧୮୯୪ ଜଣ ସୁସ୍ଥ ହୋଇଛନ୍ତି। ୯ ଜଣଙ୍କ ମୃତ୍ୟୁ ଘଟିଛି।

Share This Article