ଆଗାମୀ ୧୫ ଦିନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ : ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର : ବିମାନ ଓ ରେଳ ସେବା ଆରମ୍ଭ ହୋଇଥିବାରୁ କୋଭିଡ୍‌ ମୁକାବିଲାରେ ଆଗାମୀ ୧୫ ଦିନରୁ ମାସେ ଚ୍ୟାଲେଞ୍ଜିଂ ହେବ କିନ୍ତୁ ମାନବୀୟ ଚେହେରା ସହ ପେଶାଦାର ଭାବେ ଏହାର ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରି କହିଛନ୍ତି। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ନିୟମିତ ହାତ ଧୋଇବା ଦ୍ୱାରା ମହାମାରୀକୁ ରୋକି ହେବ। ଏହାସହ ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ। ତେଣୁ ଏ ଦିଗରେ ଆଗାମୀ ୧୫ ଦିନ ଅଧିକ ସଚେତନତା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ସାମାଜିକ ଦୂରତା ସାମିଜିକ ବାଛନ୍ଦ ନୁହଁ। ଆଜି କୋଭିଡ୍‌ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍‌ ଡାଉନ୍‌କୁ ଦୁଇ ମାସ ହେଲାଣି। ଏହି ଦୁଇ ମାସରେ ବୈଜ୍ଞାନିକ, ସାମାଜିକ ଓ ପ୍ରଶାସନିକ ସ୍ତରରେ ବହୁତ କିଛି ଶିଖିବାକୁ ମିଳିଛି। ଏହା ଏକ ଲମ୍ବା ଯୁଦ୍ଧ । ଏହା ଫଳରେ ସଂକ୍ରମଣ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଅଣାଯିବା ସହିତଅର୍ଥନୈତିକ, ଜୀବିକା କାର୍ଯ୍ୟକଳାପ ସ୍ୱାଭାବିକ ହୋଇପାରିବ । ବର୍ତ୍ତମାନ ସୁଦ୍ଧା ଏହାର ସଫଳ ମୁକାବିଲା ହୋଇଛି। ନୂଆ ଶିକ୍ଷାକୁ ଆଧାର କରି ରଣନୀତି ମଧ୍ୟ ବଦଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାବ୍ଯତୀତ ଜିରୋ ୱାକିଂ ଇନ୍‌ସାଇଡ୍‌ ଓଡ଼ିଶା କାର୍ଯ୍ୟକାରୀ କରିବାକୁ ଓଡ଼ିଶା ପୋଲିସର ମାନବୀୟ ସେବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share This Article