ଭୁବନେଶ୍ୱର: ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ମଙ୍ଗଳବାର ଟୁଇଟ୍ କରି ସୂଚନା ଦିଆଯାଇଛି।: ରାଜ୍ୟରେ ଜଣେ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ଭୁବନେଶ୍ୱର-କଟକ ପୁଲିସ କମିସନ୍ରେଟ୍ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ପ୍ରାପ୍ତ ତଥ୍ୟ ଅନୁସାରେ, ଛୁଟିରେ ଥିବା କମିସନ୍ରେଟ୍ ପୁଲିସର ଜଣେ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ନମୁନା ପଜିଟିଭ୍ ଆସିଥିଲା। କରୋନା ଆକ୍ରାନ୍ତ ହୋଇଥିବା କର୍ମଚାରୀଙ୍କ ବୟସ ୩୬ବର୍ଷ। ତେବେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସେ ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲ୍କୁ ଚିକିତ୍ସା ଲାଗି ପଠାଯାଇଛି। ତେବେ ସେ ରାଜ୍ୟ ବାହାରୁ ଆସିଥିବା ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି। ଏହି କାରଣରୁ ସେ କରୋନା ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି।ତେଣୁ ଚିନ୍ତାର କୌଣସି ଅବକାଶ ନାହିଁ ବୋଲି କମିସନ୍ରେଟ ପୁଲିସ ପକ୍ଷରୁ କୁହାଯାଇଛି।
Comment