ପାରାଦୀପରୁ ମାତ୍ର ୪୮୦ ଦୂରରେ, ସ୍ଥଳଭାଗ ଛୁଇଁବା ବେଳେ ସୁପରସାଇକ୍ଲୋନିକ ଷ୍ଟର୍ମରେ ରୂପ ନେବ

Odisha Hot News
1 Min Read

ଭୁବନେଶ୍ବର : ସୁପର ସାଇକ୍ଲୋନ ଅମ୍ଫନ ଏକ୍ସଷ୍ଟ୍ରିମ ସର୍ଭର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ବେଳେ ଏହା ସୁପରସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ବର୍ତ୍ତମାନ ପାରଦୀପରୁ ୪୮୦ କିମି ଦୂରରେ ଅବସ୍ଥିତ ରହିଛି। ଏହା ଅତି ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବ ଯାହା ଫଲରେ ଉତ୍ତର ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଉପକୂଳ ଓ ଦକ୍ଷିଣ ଓଡିଶା ରେ ମଙ୍ଗବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ। ଏବଂ ଆସନ୍ତା କାଲି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦୦ରୁ ୨୧୦ କିମି ବେଗରେ ଆସନ୍ତା କାଲି ପବନ ବୋହିିବ ଯାହା ଫଳରେ ଗଛ ଉପୁଡିବା ସହ ଟିଣ ଛପର ଘର, ହୋର୍ଡିଙ୍ଗ ଭାଗିବା ସହ ଇଲେକ୍ଟ୍ରକ ପୋଲ ଭାଙ୍ଗିବ ବୋଲି ସୂଚନା ଦେଇଛନ୍ତି ଡିଜି। ଏହା ସହ ଆଜି ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି।  ଓଡିଶା ଦେଇ ଗତି କରିବା ବେଳେ ଏହା ପ୍ରବଳ କ୍ଷୟକ୍ଷତି ଘଟିଇବ। ଅମ୍ଫନ ବାଙ୍ଗଲାଦେଶର ହାତିଆ ଏବଂ ପଶ୍ଚିମବଙ୍ଗର ସାଗର ଦୀପରେ ମଝିରେ ସୁନ୍ଦରବନରେ ଲାଣ୍ଡ ଫଲ୍ କରିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ମାଡି ଆସୁଛି।

Share This Article