ଓରେରା କୁ ମିଳିଲା ନୂଆ ଅଧ୍ୟକ୍ଷ ସହିତ ଦୁଇ ନୂଆ ସଦସ୍ୟ, ଜାଣନ୍ତୁ ସେମାନେ କିଏ

Odisha Hot News
1 Min Read

ଭୁବନେଶ୍ବର: ଓଡିଶା ସ୍ଥାବର ସଂପତ୍ତି ନିୟାମକ ପ୍ରାଧିକରଣ ବା ଓଡିଶା ରିଏଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି କୁ ମିଳିଲା ନୂଆ ଅଧ୍ୟକ୍ଷ। ଆଜି ଏ ନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଅସୀତ କୁମାର ମହାପାତ୍ର ହେବେ ଓରେରାର ଅଧ୍ୟକ୍ଷ।

ବରିଷ୍ଠ ଆଇଏଫଏସ ସିଦ୍ଧାନ୍ତ ଦାସ କେନ୍ଦ୍ରକୁ ଯିବା ପରେ ଓରେରା ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା। ରାଜ୍ୟ ସରକାର ଅସ୍ଥାୟୀ ଭାବେ ଗୋପାଳ ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ସେ ଅବସର ନେବା ପରେ ଗୃହ ଓ ନଗର ଉନ୍ନୟନ ସଚିବ ଉଷା ପାଢୀ ଦାୟିତ୍ବରେ ରହିଥିଲେ। ଆଜି ରାଜ୍ୟ ସରକାର ପୂର୍ବତନ ଆଇଆରଏସ ଅସୀତ ମହାପାତ୍ରଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି।

ସେହିପରି ଏହି ଆୟୋଗରେ ଦୁଇଜଣ ସଦସ୍ୟଙ୍କୁ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ସେମାନେ ହେଲେ ରାଜେନ୍ଦ୍ର କୁମାର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାସ

Share This Article