ଛାତ୍ରର ଝୁଲନ୍ତା ଶବ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳର ଶୁଭ୍ରାଂଶୁ ମହାରଣା ନାମକ ଜଣେ ଛାତ୍ର ନିଜ ମା’ଙ୍କ ଲୁଗା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରକାଶିତ ଖବରରୁ ପ୍ରକାଶ ଯେ, ନରେନ୍ଦ୍ର ମହାରଣାଙ୍କ ପୁଅ ଶୁଭ୍ରାଂଶୁ ଗତ ବୁଧବାର ରାତିରେ ମୋବାଇଲ ଫୋନ ଦେଖୁଥିଲା ଓ ବାପା ଓ ମା ଶୋଇପଡ଼ିଥିଲେ। ସକାଳୁ ପରିବାର ଲୋକେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ଟାଉନ ଥାନାକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ୧୦/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ତଥାପି ଶୁଭ୍ରାଂଶୁ କୋୖଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଏହିଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ ହେଉଛି।

Share This Article