ଲଜ୍ଜା!: ୪ ବର୍ଷ ଶିଶୁକନ୍ୟାର ଅଶ୍ଳୀଳ ଫଟୋ କରୁଥିଲା ଭାଇରାଲ, ଅଭିଯୁକ୍ତକୁ ନାଚୁଣୀରୁ ଧରିଲା ଦିଲ୍ଲୀ ସିବିଆଇ

Odisha Hot News
1 Min Read

ଖୋର୍ଦ୍ଧା/ନାଚୁଣୀ: ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ ପଞ୍ଚାୟତର ଦୋଳଗୋବିନ୍ଦ ଜେନା (୪୫ ବର୍ଷ) ବ୍ୟକ୍ତି ୪ବର୍ଷ ଝିଅର ଫଟୋ ଭାଇରାଲ କରି ଦିଲ୍ଲୀ ସିବିଆଇ ଦ୍ବାରା ଅଟକ ରହିଛନ୍ତି। ସେହି ସମୟରେ ସିବିଆଇ ଅଧିକାରୀଙ୍କ ସହ ହାତାହାତି ହୋଇ ଦୋଳଗୋବିନ୍ଦ ଘଟଣାସ୍ଥଳରୁ ଫେରାର ହୋଇଥିବାବେଳେ ଜଣେ ସିବିଆଇ ଅଧିକାରୀ ଆହତ ହୋଇଛନ୍ତି।

ନାଚୁଣୀ ପୋଲସି ସହାୟତାରେ ଦୋଳଗୋବିନ୍ଦକୁ ଗମ୍ଭାରୀମୁଣ୍ଡା ପଞ୍ଚାୟତ ଖଜୁରିଆ ଗ୍ରାମ ଭେଣୋଇ ଘରୁ କାବୁ କରି ସିବିଆଇ ଜିମା ଦେଇଛି। ନାଚୁଣୀ ପୋଲିସ ସିବିଆଇର ୫ ଜଣିଆ ଟିମ୍ ଦିଲ୍ଲୀରୁ ବାହାରି ଗୁରୁବାର ଭୋର୍ ୫ଟାରେ ଦୋଳଗୋବିନ୍ଦଙ୍କୁ କାବୁ କରିଥିଲେ।

Share This Article