ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ମଙ୍ଗଳବାର ରାତିରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ମହିଳା ଲକ୍ଷ୍ମୀ ବିଷୋୟୀ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କିନ୍ତୁ ଗତକାଲି ଉକ୍ତ ମହିଳାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ହିଞ୍ଜିଳି ପୋଲିସ ମହିଳାଙ୍କ ଘରକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାକିଡି ଗ୍ରାମର କୃଷ୍ଣଚନ୍ଦ୍ର ଯେନା ମୋଟରସାଇକେଲ ଯୋଗେ ବ୍ରହ୍ମପୁରରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ମୀ ବିଷୋୟୀଙ୍କୁ ଧକ୍କା ଦେଇ ପୁଣି ରାସ୍ତା କଡ଼ରେ ଥିବା ଏକ ଟ୍ରକ୍ କୁ ଧକ୍କା ଦେଇ ଛିଟିକି ପଡ଼ିଥିଲା ଓ ଉଭୟେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Share This Article