୩ ଜିଲ୍ଲା ଗସ୍ତରେ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍ ।

Odisha Hot News
1 Min Read

ଭୁବନେଶ୍ୱର: ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଳା ଗସ୍ତରେ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ।

ଗଞ୍ଜାମ ଜିଲ୍ଲାର ଶେରଗଡା, ହିଞ୍ଜିଳି, କବି ସୁର୍ଯ୍ୟ ନଗର, ଆସ୍କା, ପୋଲସରା, ବରହମପୁର ଆଦି ଅଞ୍ଚଳର କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।

ଏହି ପ୍ରସଙ୍ଗରେ ସେମାନେ ଜିଲ୍ଲା ତଥା ବ୍ଲକ ସ୍ତରର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସୂତ୍ରରୁ ପ୍ରକାଶ।

ସଦ୍ୟତମ ସୂଚନା ଅନୁଯାୟୀ ୫-ଟି ସଚିବ ସଚିବ ଓ ଉନ୍ନୟନ ସଚିବ ସୁରେଶ ମହାପାତ୍ର ରାୟଗଡା ସ୍ଥିତ କୋଭିଡ ହସ୍ପିଟାଲ ପରିଦର୍ଶନ କରିସ ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି ।

ହେଲିକେପ୍ଟରରେ ଯୋଗେ ପାଣ୍ଡିଆନ ଓ ସୁରେଶ ମହାପାତ୍ର ଗଜପତି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ। ଏଠାରୁ ଆର ସିତାପୁର ଭାରତମାତା ପରିସରରେ ପ୍ରସ୍ତୁତ କରାଯାଇଥିବା ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ସମସ୍ତ ୱର୍ଡ ପରିଦର୍ଶନ କରିଛନ୍ତି।

ଗଞ୍ଜାମ ଜିଲ୍ଲାର ପଡୋଶୀ ରାୟାଗଡା ଏବଂ ଗଜପତି ଜିଲ୍ଲା ଏପର୍ଯ୍ୟନ୍ତ ଏହି ଜୀବାଣୁକୁ ନିଜ ଜିଲ୍ଲାରୁ ଦୂରରେ ରଖିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଗଞ୍ଜାମରେ ମାମଲା ବୃଦ୍ଧି ପାଇବା ସହିତ ପଡୋଶୀ ଜିଲ୍ଲାଗୁଡିକକୁ ମଧ୍ୟ ବିପଦ ଯୋଗୁଁ ଏହାର ଆଗୁଆ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରାଯାଉଥିବା ପ୍ରକାଶ ।

Share This Article