କୋଲକାତାରେ ଦୁଗ୍ଧ ଚାଷ ଓ ଚାଷୀଙ୍କର ବିକାଶ ସମ୍ପର୍କରେ ଆଲୋକପାତ କଲେ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ

Odisha Hot News
1 Min Read

ଭୁବନେଶ୍ଵର: ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଆନୂକୁଲ୍ୟରେ କୋଲକାତାଠାରେ ଅନୁଷ୍ଠିତ ଶ୍ଵେତ ବିପ୍ଳବ ଆଞ୍ଚଳିକ କର୍ମଶାଳାରେ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଅଭିଭାଷଣ ଦେଇ ଦୁଗ୍ଧ ଚାଷ ଓ ଚାଷୀଙ୍କର ବିକାଶ ସମ୍ପର୍କରେ ଆଲୋକପାତ କରିଛନ୍ତି। ଅତ୍ୟାଧୁନିକ ବୈଷୟିକ ଯନ୍ତ୍ରପାତି ବ୍ୟବହାର କରି, ଗୁଣାତ୍ମକ ଦୁଗ୍ଧ ଜାତ ଉତ୍ପାଦ କିପରି ପ୍ରସ୍ତୁତ କରାଯାଇ ପାରିବ, ସେ ସମ୍ପର୍କରେ ଅବଗତ କରାଇଥିଲେ। ଆଜି ସକାଳୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ।

ଏହି କର୍ମଶାଳାରେ ଓଡିଶା, ପଶ୍ଚିମବଙ୍ଗ ସହ ବିହାର, ଛତିଶଗଡ, ଝାଡଖଣ୍ଡ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଅରୁଣାଞ୍ଚଳ ପ୍ରଦେଶରୁ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଓମଫେତ୍ ର ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ), ଦାୟିତ୍ଵରେ ଥିବା ମାର୍କେଟି ମୁଖ୍ୟ ଆଲୋକ ଅଗ୍ନି ବେଶ ପ୍ରମୁଖ ମଧ୍ୟ ଯୋଗଦେଇଛନ୍ତି।

Share This Article