ନାକଟିଦେଉଳ ବ୍ଲକରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱ ରେ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇ ଯାଇଛି। ଏହି ଦିବସରେ ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ, ବକ୍ତା ଭାବରେ ଯୋଗଦେଇ ପଞ୍ଚାୟତ ରାଜ ଦିବସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନ, ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗଡ଼ତ୍ୟା ଅତିଥିଭାବରେ ଯୋଗଦେଇଥିଲେ।

ଏହି ଦିବସ ଅବସରରେ ନାକଟିଦେଉଳ ଗ୍ରାମପଂଚାୟତ ଉତ୍ତମ ସେବା ପାଇଁ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କୁ ୫ ଲକ୍ଷ ୭୯ ହଜାର ୭୧୦ଟଙ୍କା ପୁରସ୍କାର ଦିଆଯାଇଥିଲା।

ଓଡ଼ିଶାରେ ୬୧୩ ପଂଚାୟତ ଉତ୍ତମ ସେବା ପାଇଁ ପୁରସ୍କୃତ ହୋଇଛନ୍ତି। ସମନ୍ୱିତ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ, ମିଶନ ଶକ୍ତି, ଖାଦ୍ୟ ସୁରକ୍ଷା ଆଦି ବିଭାଗର କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ପଂଚାୟତରାଜ ଦିବସ ପାଳନ କରିଥିଲେ।

Share This Article