ବାଲୁଗାଁ ଷ୍ଟେସନରେ ଅଘଟଣ, କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ ମୁତୟନ

Odisha Hot News
1 Min Read

ବାଲୁଗାଁ: ଆଜି ଖୋର୍ଦ୍ଧା ନିକଟସ୍ଥ ବାଲୁଗାଁ ଷ୍ଟେସନରେ ଏକ ଅଘଟଣ ଘଟିଛି। ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯାଇଛି। ତେବେ ନିଆଁକୁ ଆୟତ କରିବା ପାଇଁ ବାଲୁଗାଁ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। କିଛି ସମୟ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିବାର ଜଣାପଡିଛି। ଫଳରେ ଏକ ବଡ ଦୁର୍ଘଟଣାରୁ ଟ୍ରେନଟି ଅଳ୍ପକେ ରକ୍ଷା ପାଇଛି।

ଘଟଣାରୁ ଜଣାପଡିଛି ଯେ, ବିଶାଖାପାଟନମରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ  ଲାଗି ଧୂଆଁ ବାହାରୁଥିଲା। ବାଲୁଗାଁ ପୂର୍ବରୁ ଚିଲିକା ଷ୍ଟେସନରେ ଏହା ଜଣାପଡିବା ପରେ ଟ୍ରେନଟିକୁ ବାଲୁଗାଁ ଷ୍ଟେସନର ୪ ନଂ ପ୍ଲାଟଫର୍ମ ଅଟକା ଯାଇ ନିଆଁକୁ ଲିଭାଯାଇଥିଲା। ତେବେ ଅତ୍ୟଧିକ ଖରା ଯୋଗୁଁ କୋଇଲା କୁ କୋଇଲା ଘଷି ହେବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Share This Article