ପାଣ୍ଡିଆନଙ୍କୁ ବଙ୍କେଇ ମାରିଲେ ବିଧାୟକ ଅରୁଣ ସାହୁ, କହିଲେ ଦଳରେ ସଂସ୍କାର ଆସିବା ଦରକାର

Odisha Hot News
1 Min Read

ଭୁବନେଶ୍ବର: ସିଧା ନୁହେଁ ପାଣ୍ଡିଆନଙ୍କୁ ଟିକିଏ ବଙ୍କେଇ ମାରିଲେ ଚାଲକ ଚତୁର ବିଧାୟକ ଅରୁଣ ସାହୁ। ଆଜି ସେ କହିଛନ୍ତି ଦଳ ଭିତରେ ସଂସ୍କାର ଆସିବା ଦରକାର। ରାସ୍ତାରେ ଚାଲୁଚାଲୁ କିଛି ଭୁଲ ହୋଇଯାଏ। ହେଲେ ସେଥିରେ ସୁଧାର ଆଣିବା ଦରକାର। ବର୍ତ୍ତମାନ ସମୟ ଆସିଛି ବିଜେପିକୁ ବିରୋଧ କରିବା। ନଚେତ ଲୋକେ ଆମକୁ କ୍ଷମା କରିବେ ନାହିଁ।

ଅରୁଣଙ୍କ ଏହି ବକ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲ ହୋଇଛି। କାରଣ ଅରୁଣ ସାହୁ ବିଜେଡିର ଜଣେ ଟାଣୁଆ ନେତା। ସେ ସିଧା ନ କହିଲେ ମଧ୍ୟ ତାଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ, ସେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି। କାରଣ ଦଳରେ ସଂସ୍କାର ନାହିଁ ବୋଲି କହିବା ଅର୍ଥ ଦଳ ଠିକ ଚାଲି ନାହିଁ। ସେହିପରି ବିଜେପିକୁ ବିରୋଧ କରିବା ଅର୍ଥ କାହିଁକି ୱାକଫ ବିଲକୁ ସମର୍ଥନ କଲ। ଅରୁଣଙ୍କ ଏହି ବକ୍ତବ୍ୟକୁ ନେଇ ବିଜେଡି ଭିତରେ ବେଶ ଚର୍ଚ୍ଚା ଚାଲିଛି।

Share This Article