ଦୁଇ ଭାଗ ହୋଇଗଲା ଫାଲକନାମା ଏକ୍ସପ୍ରେସ, ଟ୍ରେନରୁ ଏସି ବଗି ଅଲଗା, ଯାତ୍ରୀ ସୁରକ୍ଷିତ

Odisha Hot News
1 Min Read

ଭୁବନେଶ୍ବର: ଆଜି ଫାଲକନାମା ଏକ୍ସପ୍ରେସ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। କାରଣ ଆଜି ଓଡିଶା ଆଭିମୁଖେ ଆସୁଥିବା ଏକ ଟ୍ରେନଟି ରାସ୍ତା ମଝିରେ ଭାଗ ହୋଇଯାଇଥିଲା। ଅର୍ଥାତ ଟ୍ରେନରୁ ଦୁଇଟି ଏସି ବଗି ଅଲଗା ହୋଇଯାଇଥିଲା। ସେଥିରେ ବସିଥିବା ଯାତ୍ରୀମାନେ କିଛି ବୁଝିପାରି ନ ଥିଲେ। ପରେ ଟ୍ରେନ ସହିତ ବଗିକୁ ଯୋଡା ଯାଇ ଚାରିଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳରେ ଫାଲକନାମା ପହଞ୍ଚିଥିଲା।

ଘଟଣାରୁ ଜଣାପଡିଛି ଯେ, ଆଜି ସିକନ୍ଦରାବାଦରୁ ହାୱାଡା ଆସୁଥିବା ଫାଲକନାମା ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ ଛାଡିଥିଲା। ହେଲେ ଏହି ଟ୍ରେନ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପଲାସା ନିକଟସ୍ଥ ସୁମାଦେବୀ ନିକଟରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଟ୍ରେନର ଦୁଇଟି ବଗି ଅଲଗା ହୋଇ କିଛିବାଟ ଗଡି ଅଟକି ଯାଇଥିଲା।

ହେଲେ ଲୋକ ପାଇଲଟ ଏହି ଘଟଣା ଜାଣିବା ପରେ ଟ୍ରେନକୁ ଅଟକାଇଥିଲେ। ପରେ ରେଳ କର୍ମଚାରୀ ଘଟଣାସ୍ଥଳକୁ ଆସି ବଗିକୁ ଟ୍ରେନ ସହିତ ଯୋଡିଥିଲେ। ଏହି କାର୍ଯ୍ୟ କରିବାକୁ ପ୍ରାୟ ଚାରିଘଣ୍ଟା ସମୟ ଲାଗିଯାଇଥିଲା। ତେବେ ଏଥିରେ ଯାତ୍ରୀଙ୍କର କୌଣସି କ୍ଷତି ହୋଇ ନାହିଁ।

Share This Article