ବଢିଲା ବିଜେଡିର ଗୋଷ୍ଠୀ କନ୍ଦଳ, ଦେବାଶିଷ ସାମନ୍ତରାୟ କହିଲେ ପାଣ୍ଡିଆନ ସବୁ ଷଢଯନ୍ତ୍ରର ନାୟକ

Odisha Hot News
1 Min Read

ଭୁବନେଶ୍ବର: ଧିରେ ଧିରେ ବିଜେଡିରେ ବିବାଦ ବଢିବାରେ ଲାଗିଛି। ଏପରିକି ଭି କେ ପାଣ୍ଡିଆନଙ୍କ ବିରୋଧରେ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ଆଜି ପୁଣି ଥରେ ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ପୋରକ ବୟାନ ଦେଇଛନ୍ତି। ୱାକଫ ବିଲ୍ କୁ ନେଇ ସେ ଆଜି ସିଧା ନବୀନଙ୍କ ପରାମର୍ଶଦାତା ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

ଗତକାଲି ଦେବାଶିଷ ପାଣ୍ଡିଆନଙ୍କ ନାମ ନେଇ ନ ଥିଲେ। ପରୋକ୍ଷରେ ସେ ନବୀନଙ୍କ ପରାମର୍ଶଦାତା ବୋଲି କହିଥିଲେ। ହେଲେ ଆସି ସିଧା ତାଙ୍କ ନାମ ନେଇ ସେ ଷଢଯନ୍ତ୍ର ପଛରେ ଅଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି ଯେ, ୱାକଫ ବିଲ କୁ ସମର୍ଥନ ଦେବା ପାଇଁ ନବୀନ କହିବା ପରେ ତାହାକୁ ପାଣ୍ଡିଆନ ପ୍ରତ୍ୟାହାର କରିବା ପାଇଁ କହିଛନ୍ତି। ସେ ହେଉଛନ୍ତି ଏହି ଷଢଯନ୍ତ୍ରର ମୁଖ୍ୟ ବୋଲି ଦେବାଶିଷ କହିଛନ୍ତି। ସେ କିଛି ଡିଲ କରିଥାଇପାନ୍ତି ବୋଲି ଦେବାଶିଷ କହିଛନ୍ତି।

Share This Article