ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

Odisha Hot News
1 Min Read

ରାୟଗଡ଼: ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଷଷ୍ଠ ଦିବସରେ ଅନୁଷ୍ଠିତ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅବସରରେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ପୌର ପରିଷଦ ଆନୁକୁଲ୍ୟରେ ରାୟଗଡ଼ର ଅଧିଷ୍ଠାତ୍ରୀ ଦେବୀ “ମା ମଝିଘରିଆଣୀ” ମନ୍ଦିର ପରିସରକୁ ପରିଷ୍କାର ତଥା ସୁନ୍ଦର କରାଯିବା ସହିତ ସ୍ଵଚ୍ଛତା ଅଭିଯାନ ପାଳନ କରାଯାଇଛି।

ଏହି ସ୍ବଚ୍ଛତା ଅଭିଯାନରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ, ଡୁଡା ପ୍ରକଳ୍ପ ନିର୍ଦେଶକ, ରାୟଗଡା ପୌର ପରିଷଦ ଅଧକ୍ଷ ତଥା ସମସ୍ତ କାଉନସିଲର ବୃନ୍ଦ ଉପସ୍ଥିତ ରହି ସ୍ବଚ୍ଛତା ଅଭିଯାନରେ ନିଜର ଶ୍ରମଦାନ କରିବା ସହିତ ସ୍ବଚ୍ଛତା ଅଭିଯାନକୁ ସୂଚାରୁ ରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ।

Share This Article