ବଡମାଲ ଗୋଳାବାରୁଦ କାରଖାନାର ଉଲ୍ଲେଖନୀୟ ସଫଳତା: ୮୯୦ କୋଟିରେ ପହଞ୍ଚିଲା ଉତ୍ପାଦନ କ୍ଷମତା

Odisha Hot News
1 Min Read

ଭୁବନେଶ୍ଵର: ବଲାଙ୍ଗିର ଜିଲ୍ଲା ବଡମାଲ ଗୋଳାବାରୁଦ କାରଖାନାରେ ଗତ ତିନି ବର୍ଷରେ ଗୋଳା ବାରୁଦ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗୋଳାବାରୁଦ କାରଖାନାରେ ପୂର୍ବରୁ ଗୋଟିଏ ଆର୍ଥିକ ବର୍ଷରେ ୪୪୩ କୋଟି ଟଙ୍କାର ଗୋଳାବାରୁଦ ଉତ୍ପାଦନ କରୁଥିବା ବେଳେ ବର୍ତ୍ତମାନ ତାହା ୮୯୦ କୋଟି ଟଙ୍କାରେ ପହଞ୍ଚିଛି। ଲୋକେ ଏହା ନିଗମୀକରଣ ହେଲା ବେଳେ ଆଶଙ୍କା କରୁଥିଲେ ଯେ, ଏହା ବନ୍ଦ ହୋଇଯିବ, ସଙ୍କୁଚିତ ହୋଇଯିବ ଏଭଳି ଅନେକ ଭ୍ରାନ୍ତ ଧାରଣା ରଖିଥିଲେ ଯାହାକୁ ଗୋଳାବାରୁଦ କାରଖାନାର କର୍ମଚାରୀ କଠିନ ପରିଶ୍ରମ ସାଙ୍ଗକୁ ପରିଚାଳନା ଗତ ଦକ୍ଷତା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ମୁଖ୍ୟ ଜେନେରାଲ ମ୍ୟାନେଜର ପ୍ରଦୀପ ଦାସ କହିଛନ୍ତି।

ବଡମାଲ ଗୋଳାବାରୁଦ କାରଖାନା ଏବେ ଦେଶ ସେନାବାହିନୀକୁ ଖାଲି ଗୋଳାବରୁଦ ଯୋଗାଉ ନାହିଁ ବରଂ ୨୦୦ କୋଟି ଟଙ୍କାର ଗୋଳାବାରୁଦ ବିଦେଶକୁ ରପ୍ତାନୀ ହୋଇଥିବା ସୂଚନା ଦେଇଛନ୍ତି। ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷ ଏବେ ତାର ଲାଭାଂଶରୁ ସାମାଜିକ କଲ୍ୟାଣ ପାଣ୍ଠି ଭାବେ ନିକଟ ଗାଁ ସରକାରୀ ସ୍କୁଲରେ ପିଇବା ପାଣି ଫିଲ୍ଟର, ଶୌଚାଳୟ ନିର୍ମାଣ କରିଛି।

Share This Article