ନୟାଗଡ଼ ଜିଲ୍ଲାରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Hot News
1 Min Read

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆର ଅସ୍ମିତା ତଥା ଓଡିଶାର ସଂସ୍କୃତି, ବୈଭବ, ପରମ୍ପରା, ବୀରତ୍ୱ ଏବଂ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବା ପାଇଁ ସମସ୍ତେ ଇତିହାସ ପାଇଁ ଦୌଡିବା ଏବଂ ଇତିହାସ କଥା ମନେ ପକାଇ ବିକଶିତ ଓଡିଶାର ବାସ୍ତବ ରୁପାୟନ ଦେବାକୁ ଆଜି ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଗଣଦୌଡ଼କୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ପତାକା ଦେଖାଇ ଶୁଭାରମ୍ଭ କରି ଯୁବକଙ୍କୁ ପରାମର୍ଶ ଦେଇଥିଲେ।

ଏହି ଉତ୍ସବକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ପରିଚାଳନା କରିଥିଲେ। ଏହି ଗଣଦୌଡ଼ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ କର୍ଣଦେବ ସମାଦ୍ଦାର, ନୟାଗଡ଼ ମୁନିସିପାଲିଟିର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦାନ କରିଥିଲେ। ଏହି ଗଣଦୌଡ଼ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ସଂସ୍କୃତି ଭଵନ ଠାରେ ସମାପ୍ତ ହୋଇଥିଲା। ସେଠାରେ ସମସ୍ତ ଅଂଶ ଗ୍ରହଣ କାରିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥଲା।

ନୟାଗଡ଼ ଜିଲ୍ଲାର କ୍ରୀଡାବିତ,ସହରର ବୁଦ୍ଧିଜୀବୀ, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ଛାତ୍ର ଏବଂ ସ୍ବେଛାସେବୀ ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ।

Share This Article