ନୂଆପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ମାରାଗୁଡ଼ା ଲୋକ ମହୋତ୍ସବରେ ଯୋଗ ଦେଇଥିଲେ। ମହୋତ୍ସବ ପଡ଼ିଆରୁ ନୂଆପଡ଼ା ଜିଲ୍ଲା ରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଭିତ୍ତିଭୂମିର ବିକାଶ ନେଇ ୩୭ ଗୋଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୨୩ ଗୋଟି ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ମୋଟ ୬୫ ଗୋଟି ପ୍ରକଳ୍ପ ୩୨୨ କୋଟି ଆର୍ଥିକ ସହାୟତା ନୂଆପଡ଼ା କୁ ଭେଟି ଦେଇଛନ୍ତି। ଜିଲ୍ଲା ଏକ ସମ୍ଭାବ୍ୟ ଜିଲ୍ଲା ଅଟେ ନୂଆପଡ଼ା ଜିଲ୍ଲାକୁ ଏକ ନମ୍ୱର୍ ଜିଲ୍ଲା ଗଠନ କରିବା ରେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ମଞ୍ଚ ଉପରୁ ନୂଆପଡ଼ା ଜିଲ୍ଲା କୁ ୯୯% ପ୍ରତିଶତ ଜମିକୁ ଜଳସେଚନ ସୁବିଧା ପାଇଁ ବିଭାଗୀୟ ସଚିବଙ୍କୁ ଫୋନ୍ ଯୋଗେ ନିର୍ଦ୍ଧେଶ ଦେଇଛନ୍ତି।

ସେହିପରି ସିନ୍ଧୁ ସଭ୍ୟତା ଭଳି ମାରାଗୁଡ଼ା ଉନ୍ନତ ସଭ୍ୟତା ଗଢି ଉଠିଥିଲା, ସହିଲା ସେଦିନ ସଂଗ୍ରାମକୁ ମନେ ପକାଇବା ସହ ଜିଲ୍ଲାକୁ ଭିତ୍ତିଭୂମିର ବିକାଶ ନେଇ ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି।

Share This Article