ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଖୋର୍ଦ୍ଧା ଠାରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆର ଅସ୍ମିତା ତଥା ଓଡିଶାର ସଂସ୍କୃତି, ବୈଭବ, ପରମ୍ପରା, ବୀରତ୍ୱ ଏବଂ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାପାଇଁ ସମସ୍ତେ ଇତିହାସ ପାଇଁ ଦୌଡିବା ଏବଂ ଇତିହାସ କଥା ମନେ ପକାଇ ବିକଶିତ ଓଡିଶାର ବାସ୍ତବ ରୁପାୟନ ଦେବାକୁ ଆଜି ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବି ଡ଼ି ଓ କ୍ଷୀରାଦ୍ବି ତନୟା ସାହୁ ଗଣ ଦୌଡ଼ାକୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିଉମ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲା କ୍ରୀଡା ଅଧିକାରୀ ଦିବସ ପାଳନର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବଦ୍ଧରେ ପ୍ରକାଶ କରିଥଲେ। ଗଣଦୌଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଟ୍ରାଫିକ ଛକରେ ବୁଲି ପୁନଃରାୟ ଷ୍ଟାଡ଼ିୟମ ରେ ପହଂଚି ଥିଲା। ସେଠାରେ ସମସ୍ତ ଅଂଶ ଗ୍ରହଣ କାରିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥଲା।

ଗଣଦୌଡ ରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଉପେନ୍ଦ୍ର ନାଥ ଦାସ ପରିଚାଳନାରେ ସହଯୋଗ କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର କ୍ରୀଡାବିତ, ସହରର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ଛାତ୍ର ଏବଂ ସ୍ଵେଚ୍ଛାସେବୀ ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ।

Share This Article